କିଲର ପନ୍ତଙ୍କୁ କିଲ୍ କରିପାରିଲାନି ଆଘାତ… ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସ୍ୱାସ୍ଥ୍ୟକୁ ନେଇ ଦେଲେ ବଡ଼ ଅପଡେଟ୍

ଏଥିରେ ୨ଟି ଫଟୋ ମଧ୍ୟ ଶେୟାର କରିଛନ୍ତି । ୨୦୨୨ରେ ଋଷଭଙ୍କର ଏକ ବିରାଟ କାର୍ ଦୁର୍ଘଟଣା ହୋଇଥିଲା ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ଋଷଭ ପନ୍ତ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଦେଇଛନ୍ତି ବଡ଼ ଅପଡେଟ୍ ।

ଜୁଲାଇ ୨୩ରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳୁଥିବା ୪ର୍ଥ ଏବଂ ୫ମ ଟେଷ୍ଟ ମ୍ୟାଚରେ ପନ୍ତଙ୍କ ଗୋଡ଼ରେ ବଲ ବାଜି ଆଙ୍ଗୁଳି ଭାଙ୍ଗିଯାଇଥିଲା । ଯାହାପାଇଁ ସେ ଗଭୀର ଭାବେ ଆହତ ହୋଇଥିଲେ ଓ ୫ମ ଟେଷ୍ଟ ମ୍ୟାଚରୁ ତାଙ୍କୁ ବାଦ୍ ଦିଆଯାଇଥିଲା ।

ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଋଷଭ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି ଲେଖିଛନ୍ତି, ମୁଁ ଆପଣମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି, ଯାହା ମୁଁ ବୁଝିଛି… ଯେଉଁ ଜିନିଷ ତୁମର ପ୍ରାଣ ନେଇ ନାହିଁ ତାହା ତୁମକୁ ଶକ୍ତିଶାଳୀ କରେ; ଯଦି ତୁମେ ବାରମ୍ବାର ଆଘାତ ପାଉଛ ତେବେ ସେ କଷ୍ଟ ପୂର୍ବ କଷ୍ଟ ଭଳି ଅନୁଭବ ହେବ ।

ଏ ପ୍ରକାର ବିପଦକୁ ଦୂର କରିବା ପାଇଁ ସକାରାତ୍ମକ ଚିନ୍ତାଧାରା ରଖ ବହୁତ କାମ କର… ବୋଲି ନିଜ ପୋଷ୍ଟର କ୍ୟାପ୍ସନରେ ଋଷଭ ଲେଖିଛନ୍ତି । ଏଥିରେ ୨ଟି ଫଟୋ ମଧ୍ୟ ଶେୟାର କରିଛନ୍ତି ।

ଯେଉଁଥିରେ ଫ୍ରାକ୍ଚର ଗୋଡ଼ ସାଙ୍ଗକୁ ଋଷଭ ନଦୀ କୂଳରେ ଚିଲ୍ କରୁଥିବା ଦେଖିବାକୁ ମିଳିଛି । ଆହତ ହେବା କାରଣରୁ ଋଷଭଙ୍କୁ ଏସିଆ କପ୍ ପାଇଁ ମଧ୍ୟ ଖେଳିବାକୁ ସୁଯୋଗ ମିଳିନାହିଁ ।

ଏହାପୂର୍ବରୁ ୨୦୨୨ରେ ଋଷଭଙ୍କର ଏକ ବିରାଟ କାର୍ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସେ ଉଭୟ ଫିଜିକାଲ ଓ ମେଣ୍ଟାଲ ଭାବେ ଆହତ ହୋଇଥିଲେ । ସୁସ୍ଥ ହେବା ପାଇଁ ତାଙ୍କୁ କିଛି ମାସ ହସ୍ପିଟାଲରେ ରହିବାକୁ ପଡ଼ିଥିଲା ।