fbpx

ସମଗ୍ର ବିଶ୍ୱକୁ ମୃତ୍ୟୁମୁଖକୁ ଠେଲିଦେବ କି ରୁଷ୍, ୟୁକ୍ରେନ୍ ଉପରେ ଆକ୍ରମଣ କଲେ ଜନ୍ମନେବ ତୃତୀୟ ବିଶ୍ୱଯୁଦ୍ଧ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ନଜର ବର୍ତ୍ତମାନ ରୁଷ୍ ଉପରେ ରହିଛି । ରୁଷ୍ ୟୁକ୍ରେନ ସୀମାରେ ୧.୩ ଲକ୍ଷ ସୈନିକ ଠୁଳ କରିବା ସହ ଟ୍ୟାଙ୍କ, ମିସାଇଲ ପରି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରହିଛି । ଏନେଇ ପୂର୍ବରୁ ଆମେରିକା ବୁଝାଇଥିଲେ ହେଁ ରୁଷ୍ ନିଜ ଜିଦରେ ଅଟଳ ରହିଥିଲା । ତେବେ ରୁଷର ସମସ୍ତ ଗତିବିଧି ଉପରେ ନଜର ରଖୁଥିବା ଆମେରିକା ଗୁପ୍ତଚର ସଂସ୍ଥା ଆକ୍ରମଣ ନେଇ ପୂର୍ବ ସୂଚନା ଦେଇଥିଲା । ଫେବୃଆରୀ ୧୬ ତାରିଖରେ ଅର୍ଥାତ ଆସନ୍ତା କାଲି ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କରିବ ବୋଲି କୁହାଯାଇଥିଲା । ଅନୁରୂପ ଭାବେ ସେହି ତାରିଖରେ ରୁଷ୍ ଆକ୍ରମଣ କରିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସି ନିଜ ଫେସବୁକ୍ ଫୋଷ୍ଟରେ ସୂଚନା ଦେଇଥିଲେ ।

ତେବେ ଏହା ମଧ୍ୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅବଶ୍ୟ ତାହା କେତେଦୂର ସତ୍ୟ ତାହା ସ୍ପଷ୍ଟ ହୋଇନାହିଁ । ଆମେରିକା ଓ ୟୁରୋପର ଦୁଇଜଣ ଅଧିକାରୀଙ୍କ ରିପୋର୍ଟ ମୁତାବକ, ଆଜି ପୂର୍ବ ୟୁକ୍ରେନରେ ରୁଷ ସୈନ୍ୟ ଅଭ୍ୟାସ କରିବ । ଏହି ବାହାନାରେ ସେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ପୂର୍ବରୁ ରୁଷ୍ ସେନା ୟୁକ୍ରେନର ଉତ୍ତର, ପୂର୍ବ ଓ ଦକ୍ଷିଣ ଦିଗରୁ ଘେରି ସାରିଛନ୍ତି । ରୁଷ ନିଜର ବୁଦ୍ଧିମତ୍ତାର ପ୍ରୟୋଗ କରି କିଛି ସିକ୍ରେଟ ଆଟାକ ଯେ ନ କରିବ, ଏହି ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ।
ରୁଷକୁ ଏହି ଆକ୍ରମଣ ପାଇଁ ତା’ର ବନ୍ଧୁ ରାଷ୍ଟ୍ର ବେଲାରୁସ୍ ବହୁମାତ୍ରାରେ ସହଯୋଗ କରୁଛି । ଦୁଇ ରାଷ୍ଟ୍ର ଗତ ୧୦ ଦିନ ଧରି ସୈନ୍ୟାଭ୍ୟାସ ଜାରି ରଖିଛନ୍ତି । ୩ ହଜାର ଯୁଦ୍ଧ ସୈନିକ, ସ୍ଫୋଶାଲ ଫୋର୍ସ, ଏସୟୁ-୩୫ ଯୁଦ୍ଧ ବିମାନ, ଇସ୍କନ୍ଦର ମିସାଲ ଓ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସହ ପ୍ରସ୍ତୁତ ରହିଥିବା ରୁଷ୍ ବଡ଼ଧରଣର ଆକ୍ରମଣ ଲକ୍ଷ୍ୟରେ ରହିଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତ ୨୦୧୪ରେ ରୁଷ୍ କ୍ରିମିଆକୁ ମଧ୍ୟ ନିଜ କବଜାକୁ ନେଇଥିଲା । ସେ ସମୟରୁ ହିଁ ଦୁଇ ଦେଶ ମଧ୍ୟରେ ବିବାଦ ଚାଲି ଆସିଛି । ତେବେ ଯଦି ରୁଷ୍ ଆକ୍ରମଣ କରେ ତେବେ ଏହା ଯେ ତୃତୀୟ ବିଶ୍ୱଯୁଦ୍ଧକୁ ଜନ୍ମ ନଦେବ ତାହା କହିହେବ ନାହିଁ । କାରଣ ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କଲେ ଆମେରିକା ଚୁପ୍ ବସିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି ।

Get real time updates directly on you device, subscribe now.