କେବଳ ପୁରୁଷ ନୁହେଁ, ମହିଳାମାନଙ୍କ ପାଇଁ ଲାଭଦାୟକ ହୋଇଥାଏ କେସରର ପାଣି: ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: କେସରର ଉପକାରିତା ବିଷୟରେ ତ ସମସ୍ତେ ଜାଣନ୍ତି, କିନ୍ତୁ ଏହାର ପାଣିର ଜବରଦସ୍ତ ଫାଇଦା ବିଷୟରେ ମହୁତ କମ୍ ଲୋକଙ୍କୁ ଜଣା । ବିଶେଷକରି ମହିଳାମାନେ କେସର ପାଣି ପିଇବା ଦ୍ୱାରା ବହୁତ ଲାଭ ପାଇଥାନ୍ତି । ମହିଳାମାନଙ୍କ ପାଇଁ କେସର ପାଣି କୌଣସି ବରଦାନଠାରୁ ବି କମ୍ ନୁହେଁ । ପିରିୟଡରେ ହେଉଥିବା ଯନ୍ତ୍ରଣାଠାରୁ ଆରମ୍ଭ କରି କେଶ ଝଡ଼ିବା ସମସ୍ୟାରେ କେସରର ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେସରର ପାଣି କିପରି କରିବେ ଓ ମହିଳାଙ୍କୁ ଏହାଦ୍ୱାରା କ’ଣ ଫାଇଦା ମିଳିଥାଏ…

ରୋଗ ସହିତ ଲଢ଼େଇ କରିବାର କ୍ଷମତା:-
କେସରରେ ପ୍ରୋଟିନ୍, କ୍ୟାଲସିୟମ୍, ଫାଇବର, ମାଙ୍ଗାନିଜ୍, ପୋଟାସିୟମ୍, ଭିଟାମିନ୍ ଏ, ଭିଟାମିନ୍ ସି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହା ଉତ୍ତମ ସ୍ୱାସ୍ଥ୍ୟ ସହିତ ବ୍ୟକ୍ତିଙ୍କୁ ଅନେକ ରୋଗର ମୁକାବିଲା କରିବାର କ୍ଷମତା ପ୍ରଦାନ କରିଥାଏ ।

ପିରିୟଡ଼ ଯନ୍ତ୍ରଣାରେ ମିଳିଥାଏ ଫାଇଦା:-
ଯଦି ଆପଣ ଅନିୟମିତ ପିରିୟଡ ସମୟରେ ଯନ୍ତ୍ରଣା ଭୋଗୁଛନ୍ତି, ତେବେ ଚାରି ରୁ ପାଞ୍ଚଟି କେସର ପାଣିରେ ଫୁଟାଇବା ପରେ ଛାଣିକି ପିଅନ୍ତି । ଏହା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

ଚର୍ମ ପାଇଁ ବହୁତ ଉପଯୋଗୀ :-
ଚର୍ମ ପାଇଁ କେସରର ପାଣି ମଧ୍ୟ ବହୁତ ଲାଭଦାୟକ । କୁହାଯାଏ କି, କେସର ପାଣି ଅତ୍ୟନ୍ତ ଉପଯୋଗୀ । ଏହାର ପାଣି ପିଇବା ଦ୍ୱାରା ତ୍ୱଚା ହାଇଡ୍ରେଟେଡ୍ ରହିଥାଏ ଏବଂ ବ୍ରଣ, ପିମ୍ପଲ୍ ସମସ୍ୟାରୁ ମଧ୍ୟ ଦୂରେଇ ଯାଏ ।

କେଶ ଝଡିବା ବନ୍ଦ:-
କେସରର ପାଣି ମଧ୍ୟ କେଶ ଝଡ଼ିବା ସମସ୍ୟାକୁ ହ୍ରାସ କରିଥାଏ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ଯାଇପାରେ । ଏହା ବ୍ୟତୀତ କେଶର ମୂଳ ମଧ୍ୟ ବହୁତ ଶକ୍ତିଶାଳୀ ହୋଇଥାଏ ।