କହୁ କହୁ ସବୁ ସତ କହିଦେଲେ ସଲମାନଙ୍କ ବାପା ସଲିମ, ମୁସଲମାନ ହୋଇ ମଧ୍ୟ ଗୋମାଂସକୁ ସ୍ପର୍ଶ କରନ୍ତି ନାହିଁ ଭାଇଜାନଙ୍କ ପରିବାର ହେଲେ….
ସବୁ ଧର୍ମକୁ ସମାନ ସମ୍ମାନ ଦିଅନ୍ତି । ପରିବାରକୁ ବୁଝାସୁଝା କରି ରାଜି କରିବାକୁ ପଡ଼ିଥିଲା ।
ମୁମ୍ବାଇ: ସଲମାନ ପରିବାର ସଦସ୍ୟଙ୍କୁ ନେଇ ଏକ ରୋମାଞ୍ଚକର ଖବର ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ପରିବାର ଲୋକଙ୍କ ଖାଦ୍ୟପେୟ ବିଷୟରେ ଏକ ରୋଚକ କଥା ଜଣାପଡ଼ିଛି ।
ବଲିଉଡର ସୁପରଷ୍ଟାର ସଲମାନ ଖାନ ମୁସଲମାନ ସମ୍ପ୍ରଦାୟର ହୋଇଥିବାବେଳେ ସେମାନଙ୍କ ଘରର କୌଣସି ସଦସ୍ୟ ଗୋମାଂସ ଭକ୍ଷଣ କରନ୍ତି ନାହିଁ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସ୍କ୍ରିନ୍ ପ୍ଲେ ରାଇଟର ତଥା ସଲ୍ଲୁଙ୍କ ବାପା ସଲିମ ଖାନ୍ କହିଛନ୍ତି ।
ଗୋମାଂସ ଖାଇବା ସେମାନଙ୍କ ଘରେ ଗ୍ରହଣୀୟ ନ ଥିବାବେଳେ ଗାଈ କ୍ଷୀର କିନ୍ତୁ ସେମାନେ ପିଉଥିବା କହିଛନ୍ତି । ଗୋମାଂସ ଭକ୍ଷଣ ପ୍ରଫେଟ୍ ମହମ୍ମଦଙ୍କ ନୀତିକୁ ବିରୋଧ କରେ ।
ପିଲାବେଳେ ଇନ୍ଦୋରରେ ରହିବା ସମୟରେ ସଲିମଙ୍କ ଘରେ ଗୋମାଂସ ଅଣାଯାଉ ନ ଥିଲେ । ସେଠାରେ ତାଙ୍କ ପଡ଼ୋଶୀ ହିନ୍ଦୁ ସମ୍ପ୍ରଦାୟର ଥିବାବେଳେ ସେମାନଙ୍କ ସହ ମିଶି ସଲିମଙ୍କ ପରିବାର ଚଳୁଥିଲେ ।
ସଲିମଙ୍କ ସ୍ତ୍ରୀ ସଲମା ଓରଫ ସୁଶିଳା ଚରକ ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ ଉଭୟ ୨ ଥର ବାହା ହୋଇଥିଲେ । ସେମାନଙ୍କ ପ୍ରେମ ବିବାହ ଥିଲା । ସଲମାଙ୍କ ଘରେ ଏ ବାହାଘର ପାଇଁ ରାଜି ନ ଥିବାବେଳେ ପରିବାରକୁ ବୁଝାସୁଝା କରି ରାଜି କରିବାକୁ ପଡ଼ିଥିଲା ।
ଉଭୟ ହିନ୍ଦୁ ଏବଂ ମୁସଲମାନ ରିତିନୀତିରେ ଉଭୟଙ୍କ ବାହାଘର ହୋଇଥିଲା । ବର୍ତ୍ତମାନ ସେମାନେ ୬୦ ବର୍ଷର ଦାମା୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି । ସଲିମଙ୍କ ମତରେ ସେ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖନ୍ତି । ସବୁ ଧର୍ମକୁ ସମାନ ସମ୍ମାନ ଦିଅନ୍ତି ।