ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଅଧ୍ୟାପକ, ଅଭିଯୋଗ ପରେ ରସିକିଆ ସାର୍ ଗିରଫ

ସମ୍ବଲପୁର: ଜିଏମ୍ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ଜଣେ ବିଏଡ୍ ଛାତ୍ରୀଙ୍କୁ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ବିବାହର ମିଛ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିବା ଅଭିଯୋଗ ।

ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ ଅଧ୍ୟାପକ । ବିଏଡ୍ ଆସିଷ୍ଟାଣ୍ଟ ଅଧ୍ୟାପକ ଗୋପୀକାନ୍ତ ସୁନାଙ୍କୁ ପୋଲିସ ଗିରଫ କରିଛି ।

ଏ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀ ।