ବିଚ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା, ଅଭିଯୁକ୍ତ ଫେରାର୍, ଘଟଣାର ଛାନଭିନ କରୁଛି ପୋଲିସ

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଡେଲକୋପଡାରେ ଯୁବକଙ୍କ ହତ୍ୟା । ୪ରୁ ୫ ଜଣ ଯୁବକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ହାଣିଥିବା କୁହାଯାଉଛି । ହତ୍ୟାର କାରଣ ଜଣା ପଡ଼ିନାହିଁ । ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସୂଚନା ପାଇ ଘଟଣାର ଛାନଭିନ କରୁଛି ପୋଲିସ ।