ସମ୍ମାନିତା ପକ୍ଷରୁ ଆୟୋଜିତ ରଜ ଉତ୍ସବ, 20ରୁ ଅଧିକ ପ୍ରତିଭାଧାରୀଙ୍କୁ ସମ୍ମାନିତ
ଆମ ସଂସ୍କୃତି ଓ ପରମ୍ପରାକୁ ଆଗକୁ ବଢାଇବା ପାଇଁ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅନୁଷ୍ଠାନ ସମ୍ମାନିତାର ଆଉ ଏକ ପ୍ରୟାସ ।
ଭୁବନେଶ୍ବର: କଟକ ଶତାବ୍ଦୀ ଭବନରେ ସମ୍ମାନିତା ପକ୍ଷରୁ ରଜ ଉତ୍ସବ 2025 ଆୟୋଜିତ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ସଂସ୍କୃତି ନୃତ୍ୟ ଏକାଡେମୀ, ନୁପୁର ଡ୍ୟାନସ ଗ୍ରୁପ ଏବଂ ଜ୍ୟୋତି ଡ୍ୟାନ୍ସ ଗ୍ରୁପ ପକ୍ଷରୁ ରଙ୍ଗା ରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ- ଅଭିନେତ୍ରୀ ଶ୍ରୁତି ଶୁଭଶ୍ରୀ ଓ ପିହୁଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ତା ସହିତ ଡିସ୍କୋ ରେଡ୍ଡୀଙ୍କ ମିମିକ୍ରିକୁ ଭରପୁର କରତାଳି ମିଳିଥିଲା। କାର୍ଯ୍ୟକ୍ରମରେ ହସର ଛୁଙ୍କ ମାରିଥିଲେ ଅଭିନେତା ଋଷି ପଟ୍ଟନାୟକ । ଏହି ଅବସରରେ ସମ୍ମାନିତା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା 20ରୁ ଅଧିକ ପ୍ରତିଭାଙ୍କ ସମ୍ମାନିତ କରାଯାଇଥିଲା। ଖାସ୍ କରି ଦିବ୍ୟାଙ୍ଗମାନଙ୍କୁ ସମ୍ନାନିତ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା ।
ବର୍ଷାଙ୍କୁ ତାରାଙ୍କ ପ୍ରଶଂସା- ସେହିଭଳି ସୋସିଆଲ ମିଡିଆ ଟାଲେଣ୍ଟମାନଙ୍କୁ ବି ଉତ୍ସାହିତ କରାଯାଇଥିଲା । ରଜ ଉତ୍ସବ 2025ରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ସମ୍ନାନିତାର ଏଭଳି କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ବର୍ଷ ବର୍ଷ ଧରି ସମାଜସେବାରେ ନିଜକୁ ନିୟୋଜିତ ରଖିଥିବା ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଶଂସା କରିଥିଲେ ।
ଅନ୍ୟତମ ଅତିଥୀ ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ର ବର୍ଷାଙ୍କୁ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି କହିବା ସହ ଏଭଳି ପ୍ରୟାସ ପାଇଁ ସମ୍ନାନିତା ଟିମକୁ ଧନ୍ୟବାଜ ଜଣାଇଥିଲେ । ସାମ୍ବାଦିକ ଦୁର୍ଗାଶିଷ ମଧ୍ୟ ସମ୍ନାନିତା ଓ ତାର ପ୍ରତିଷ୍ଠାତା ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଶଂସା କରିଥିଲେ। ବିଶେଷ ଅତିଥୀ ଭାବେ ମନୋଚିକିତ୍ସକ ଡାକ୍ତର ଅମିତ ପାଟ୍ଟଯୋଶୀ. ଡାକ୍ତର ପ୍ରଶାନ୍ତ ପରିଡା, ଅଭିନେତା ଚନ୍ଦନ, ବୁଦ୍ଧାଦିତ୍ୟ, ଉଶଷୀ ମିଶ୍ର, ପ୍ରଯୋଜକ ସଂଜୟ ନାୟକ, ପ୍ରବଚକ ଗୋପାଳ କୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପାଇଁ ବର୍ଷା ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଥିଲେ।
ରଜ ଉତ୍ସବ 2025ରେ ସମ୍ମାନିତାର ଭାଇସ ପ୍ରେସିଡେଣ୍ଟ ବନାନି ସାହୁ, ଦେବଯାନୀ ସାହୁ , ସଦସ୍ୟ ସୁଜୟ ସରକାର, ସୁନୀଲ ମୁରାରକାର, ମିହିର ଦାସ, ସଂଜୟ ରିଙ୍କୁ, ପାୟଲ, ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଚମତକାର ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଭିନେତ୍ରୀ ରାକ୍ଷୀ ଦାଶ । ସମ୍ନାନିତାର ପ୍ରତିଷ୍ଠାତା ବର୍ଷା ପ୍ରିୟଦର୍ଶିନୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ମାନିତା ଲୋକଙ୍କ ପାଖରେ ପହଞ୍ଚି ତାର ସମାଜସେବା ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
8 ବର୍ଷ ଧରି ସମ୍ମାନିତାର ନିରନ୍ତର ସେବା- ଗତ 8 ବର୍ଷରୁ ଅଧିକ ସମୟ ଧରି ଲୋକଙ୍କ ସେବା କରିଚାଲିଛି ସମ୍ମାନିତା । ଅନେକ ବାଧା ବିଘ୍ନ ଆସିଛି, ଅନେକ ଲଢେଇକୁ ସାମ୍ନା ବି କରିଛନ୍ତି, ହେଲେ ସମ୍ମାନିତା ପରିବାର ଅଟକିନି, ଲୋକଙ୍କ ପାଖରେ ପହଞ୍ଚିଛି । କୋଭିଡ ସମୟରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ହେଉ କିମ୍ବା ତାଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ହେଉ, ସମ୍ମାନିତା ନିଭେଇଥିଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ବିନା ସ୍ବାର୍ଥରେ, ସେବା ସହ ଖୁଶି ବାଣ୍ଟି ଚାଲିଛି ସମ୍ମାନିତା । ଅପହଞ୍ଚ ଇଲାକାରେ ପହଞ୍ଚିଛି ଅସହାୟଙ୍କ ସାଥୀ ହୋଇଛି ।
ବୟସର ଅପରାହ୍ନରେ ଥିବା ମଣିଷଙ୍କୁ ଭଲପାଇବା ଦେଇଛି, ସ୍ନେହ ବି ବାଣ୍ଟିଛି । ପାଠାଗାରକୁ ନେଇ ବଡ଼ ଅଭିଯାନ ଆରମ୍ଭ କରିଛି ସମ୍ମାନିତା। ଯାହାର ନାଁ ରହିଛି ଦାସିଆ ଅଜାଙ୍କ ପାଠାଗାର। ଏଇ ଅଭିଯାନରେ ବିଭିନ୍ନ school o ବୃଦ୍ଧାଶ୍ରମରେ ବିଭିନ୍ନ ପ୍ରକାର ଉପାଦେୟ ପୁସ୍ତକ ବି ବଣ୍ଟନ କରାଯାଇଛି ସମ୍ନାନିତା ପକ୍ଷରୁ। ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ବି ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛି ସମ୍ମାନିତା। ମା-ଭଉଣୀ ମାନଙ୍କ ପାଖରେ ପହଞ୍ଚି ଋତୁସ୍ରାବ ଜନିତ ସମସ୍ୟା ଓ ସେନେଇ ସଚେତନତା ସୃଷ୍ଟି କରବା ସହ ସାନିଟାରି ନାପକିନ୍ ବି ବଣ୍ଟନ କରୁଛି ସମ୍ମାନିତା ଟିମ୍ ।
ପ୍ରତିଭାକୁ ସାମ୍ନାକୁ ଆଣୁଛି ସମ୍ମାନିତା- ଖାଲି ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ଥିବା ପ୍ରତିଭାମାନଙ୍କୁ ଖୋଜି ସାମ୍ନାକୁ ଆଣିଛି ସମ୍ମାନିତା। ତାର ଉଦାହରମ ହେଉଛନ୍ତି କୋରାପୁଟର ଉପାନ୍ତ ଅଂଚଳର ଆଦିବାସୀ ଝିଅ ନମିତା ମେଲେକା ହୁଅନ୍ତୁ କିମ୍ବା ଦୃଷ୍ଟିହୀନ ଭଜନ ଗାୟକ ଅବଦୁଲ୍ ସମଦ ଚାଚା ହୁଅନ୍ତୁ। ଏମାନଙ୍କୁ ବଡ ପ୍ଲାଟଫର୍ମରେ ଗୀତ ଗାଇବାର ସୁଯୋଗ ଦେଇଛନ୍ତି ବର୍ଷା। ତା ସହିତ ଦିବ୍ୟାଙ୍ଗମାନଙ୍କ ପାଇଁ ସହାୟତର ହାତ ବଢାଇଛି ସମ୍ମାନିତା।
ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁବେଳେ ତାର ଉଦ୍ୟମ ଜାରି ରଖିଛି ସମ୍ନାନିତା। ବୃଦ୍ଧ-ବୃଦ୍ଧା ତଥା ଅବହେଳିତ ଲୋକଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ସମ୍ନାନିତା କାର୍ଯ୍ୟ କରୁଛି । ସେହିଭଳି ମାନସିକ ରୋଗରେ ପିଡୀତ ଲୋକଙ୍କୁ ରାସ୍ତାରୁ ଉଦ୍ଧାର କରି ମାନସିକ ଚିକିତ୍ସାଳୟକୁ ପଠାଇଛି ସମ୍ମାନିତା।