fbpx

ମାଛ, ଚିକେନ୍ ଛାଡି ଗୋ-ମାଂସ ଖାଆନ୍ତୁ; ବିଜେପି ବିଧାୟକଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ବିବାଦୀୟ ବୟାନ କାରଣରୁ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଜଣେ ବିଜେପି ବିଧାୟକ । ମେଘାଳୟରେ ବିଜେପି କ୍ୟାବିନେଟ ମନ୍ତ୍ରୀ ରହିଥିବା ଶନବୋର ସୁଲାଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ବିଗତ ସପ୍ତାହରେ ଶନବୋରଙ୍କୁ ମେଘାଳୟର ପଶୁପାଳନ ଓ ପଶୁ ଚିକିତ୍ସା ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ତେଣୁ ଯାହାର ଯାହା ଇଚ୍ଛା ଖାଇ ପାରିବ ବୋଲି ମତ ଦେଇଛନ୍ତି ଶନବୋର ।

ଶନବୋର କହିଛନ୍ତି ମାଛ, ଚିକେନ ଓ ମଟନ ପରିବର୍ତ୍ତେ ଲୋକମାନେ ଅଧିକ ଗୋ ମାଂସ ଖାଇବାକୁ ମୁଁ ପରାମର୍ଶ ଦେବି ବୋଲି ଶନବୋର କହିଛନ୍ତି । ବିଜେପି ଏହି ମାମଲାକୁ ନେଇ କୌଣସି ଆଇନ ଆଣିବ ବୋଲି ଲୋକ ଚିନ୍ତା କରିବା ଅନୁଚିତ ବୋଲି ମନ୍ତ୍ରୀ କହିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଭୟର ବାତାବରଣ ରହି ଆସିଛି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହିତ ଏହି ଆଇନକୁ କୋହଳ କରିବା ସମ୍ପର୍କରେ ଆଲୋଚନା କରିବେ ବୋଲି ଶନବୋର କହିଛନ୍ତି । ଆସାମରେ ଲାଗୁ କରାଯାଇଥିବା ଗୋ ସୁରକ୍ଷା ଆଇନ ଅନୁଯାୟୀ ରାଜ୍ୟ ବାହାରୁ ଅଥବା ରାଜ୍ୟ ମଧ୍ୟକୁ ଗୋ ଚାଲାଣ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଏହି ନିୟମରେ ସଂଶୋଧନ ଆଣିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯିବ ବୋଲି ଶନବୋର କହିଛନ୍ତି । ସେହିପରି ସୀମା ବିବାଦରେ ମିଜୋରାମ ପୋଲିସର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଶନବୋର ।

Get real time updates directly on you device, subscribe now.