ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କ ପଛରେ ପାକିସ୍ତାନର ହାତ ରହିଛି । ଆଫଗାନ୍ ସରକାର ଏହାର ବିରୋଧ କରୁଥିବାବେଳେ ସେଠାକାର ନାଗରିକମାନେ ମଧ୍ୟ ତାଲିବାନ ଓ ପାକ୍ ବିରୋଧେରେ ସୋସିଆଲ୍ ମିଡିଆରେ ସ୍ୱର ଉଠାଉଛନ୍ତି । ଆଉ ଟ୍ୱିଟର୍ରେ ସମ୍ପ୍ରତି ଟ୍ରେଣ୍ଡ୍ ରହିଛି #SanctionPakistan. ଏଭଳି ହାସଟାଗ୍ ଶୀର୍ଷରେ ରହିଛି ଟ୍ରେଣ୍ଡିଙ୍ଗ୍ । ତାଲିବାନକୁ ସମର୍ଥନ କରିବା ସହ ସେମାନଙ୍କୁ ଶକ୍ତି ଯୋଗାଇବାରେ ପାକିସ୍ତାନ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଅଭିଯୋଗ ନେଇ ସମଗ୍ର ଦୁନିଆର ଦୃଷ୍ଟି ଆକର୍ଷଣ କରିବାକୁ କୋଟି କୋଟି ଆଫଗାନ୍ ନାଗରିକ ଏଭଳି ସୋସିଆଲ୍ ମିଡିଆର ଉପଯୋଗ କରୁଛନ୍ତି ।
Pak is pleading for an international settlement while quietly backing the Taliban on the ground.
We are killed, displaced, the world knows, but doesn’t take any action against Pak. we suspect that whole the world is involved in this proxy war.#SanctionPakistan pic.twitter.com/BBgBcjC1fO— Zafar Saadat?? (@ZafarSaadat) August 12, 2021
ତାଲିବାନକୁ ସୁବିଧା ସୁଯୋଗ ଦେବା ସହ ତାକୁ ମଜଭୁତ କରିବାରେ ପାକିସ୍ତାନର ନକାରାତ୍ମକ ଭୂମିକା ବିରୋଧରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟ ଆଫଗାନ ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ରେ ଦାବି କରିଆସୁଛି । #SanctionPakistan ଜରିଆରେ ପାକିସ୍ତାନକୁ ବ୍ୟାନ୍ କରିବା ପାଇଁ ମଧ୍ୟ ସ୍ୱର ତେଜିବାରେ ଲାଗିଛି । ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିବା ସହ ଆଫଗାନିସ୍ତାନରେ ପୁଣିଥରେ ଅତ୍ୟାଚାର ଓ କଠୋପନ୍ଥୀଙ୍କ ଶାସନ ଭିତରକୁ ଠେଲିଦେବାକୁ ଉଦ୍ୟମ କରୁଛି ପାକିସ୍ତାନ । ଏଭଳି ଅଭିଯୋଗ କରିବା ସହ କାବୁଲର ଜଣେ ସମ୍ବାଦିକ ହବିବ୍ ଖାନ୍ ପାକିସ୍ତାନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଆଫଗାନରେ ହେଉଥିବା ଅତ୍ୟାଚାର ବିରୋଧରେ ଯାହା ପାଖରେ ଯେଉଁ ମଞ୍ଚ ଅଛି ତାର ଉପଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ବିପଦ ସମୟରେ ଆପଣମାନଙ୍କ ଆବଶ୍ୟକତା ଅଧିକ ବୋଲି କହିବା ସହ ସାମ୍ବାଦିକ ଜଣଙ୍କ #SanctionPakistan ହାସ୍ ଟାଗ୍ ବ୍ୟବହାର କରିଛନ୍ତି ।
One day Allah will listen to screaming of this little kid and HE will destroy Pakistan and Taliban #SanctionPakistan pic.twitter.com/v8o7pYEF9F
— Ali Ahmad Ahmadzai (@aliahmaddarwish) August 12, 2021
ଅନୁରୂପ ଭାବେ ସୋସିଆଲ୍ ମିଡିଆର ଆଉଜଣେ ୟୁଜର୍ସ ଉକ୍ତ ହାସ୍ ଟାଗ୍ ସହ ଟ୍ୱିଟ୍ କରିଛନ୍ତି ଯେ ଆଫଗାନିସ୍ତାନରେ ବିସ୍ଫୋରଣ କରାଯାଉଥିବା ଆଇଆଇଡିର ୯୬ ପ୍ରତିଶତ କେବଳ ପାକିସ୍ତାନରୁ ଆସିଥାଏ । ଏନେଇ ଆଫଗାନିସ୍ତାନ ନାଗରିକମାନେ ଦୃଢ଼ ଯେ ପାକିସ୍ତାନ ହିଁ ତାଲିବାନଙ୍କୁ ଉସୁକାଇବା ସହ ଶକ୍ତି ଯୋଗାଉଛି । ସେହିପରି ଆଉଜଣେ ସୋସିଆଲ୍ ମିଡିଆ ୟୁଜର୍ସ ଅହମଦ ଶାହ ହାସ୍ ଟାଗ୍ ଶେଆର୍ କରିବା ସହ ଆଫଗାନରେ ମୃତ୍ୟୁର ବିଭୀଷିକା ଖେଳାଇବା ପାଇଁ ତାଲିବାନକୁ ପାକ୍ ଡିଜାଇନ୍ କରିଛି ବୋଲି ଉଲ୍ଲେଖ କରିଛନ୍ତି । ଏଭଳି ଭାବରେ ସୋସିଆଲ୍ ସାଇଟ୍ ରେ ପାକ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ରେଣ୍ଡିଂ ଜୋର୍ ଧରିଛି ।
The Terorrist khan reaction to afghans hashtag ! ?#SanctionPakistan pic.twitter.com/RIjQfCKTEB
— Ahsan Ullah احسان الله احسان (@AhsanUllah10020) August 12, 2021
ଆହୁରି ପଢ଼ନ୍ତୁ:
ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର୍
ଦେଖନ୍ତୁ ଭିଡିଓ ରିପୋର୍ଟ: