fbpx

ସରପଞ୍ଚ ପ୍ରାର୍ଥୀ ନିଖୋଜ, ମୋବାଇଲ୍ ବନ୍ଦ

ଛେଣ୍ଡିପଦା(ଓଡ଼ିଶା ଭାସ୍କର): ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ ନିଖୋଜ । ଗତକାଲି ଠାରୁ ତାଙ୍କର ମୋବାଇଲ ବନ୍ଦ ଥିବା ସହିତ କେଉଁଆଡେ ବି ତାଙ୍କର ପତା ମିଳୁନି । ନିଖୋଜ ପରେ ତାଙ୍କ ପରିବାର ଲୋକ ଏତଲା ଦେଇଛନ୍ତି । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ୍ । ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନକୁ ମାହୋଲ ସରଗରମ ରହିଛି । ଦଳୀୟ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ପ୍ରାର୍ଥୀ ମାନେ ନାନା ଲୋଭ ଦେଖାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି । କିଏ ଶାଢ଼ୀ ବାଣ୍ଟୁଛି ତ କିଏ କେତେ କଣ ଲୋଭ ଦେଖାଉଛନ୍ତି । ଏହାରି ମଧ୍ୟରେ ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଯିବା ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.