ଦିଲଜିତଙ୍କ ‘ସର୍ଦ୍ଦାର ଜୀ ୩’ ଦେଖିବାକୁ ପାକିସ୍ତାନୀ ପାଗଳ, ଶତ୍ରୁଦେଶରେ ସର୍ବାଧିକ ଆୟ କଲା Indian ସିନେମା

ପାକିସ୍ତାନରେ ରେକର୍ଡ କଲା ପଞ୍ଜାବୀ ଫିଲ୍ମ । ଫିଲ୍ମ ଦେଖିବାକୁ ସିନେମାଘରେ ଭିଡ଼ ।

କରାଚୀ: ବଲିଉଡ୍ ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଝଙ୍କ ଫିଲ୍ମ ‘ସର୍ଦ୍ଦାର ଜୀ ୩’ ପାକିସ୍ତାନରେ ଧମାଲ କରିଛି । ଶତ୍ରୁରାଷ୍ଟ୍ର ହେଲେ ବି ପାକିସ୍ତାନୀ ଦର୍ଶକ ଭାରତୀୟ ଫିଲ୍ମ ଦେଖିବାକୁ ପାଗଳ ହୋଇଛନ୍ତି ।

ସର୍ଦ୍ଦାର ଜୀ ୩ ବର୍ତ୍ତମାନ ସୁଦ୍ଧା ଭାରତରେ ରିଲିଜ ହୋଇ ନ ଥିବାବେଳେ ପାକିସ୍ତାନରେ ଫିଲ୍ମର ଚାହିଦା ବଢ଼ିଛି । ସେଠାରେ ଲୋକମାନେ ଦଲଜିତଙ୍କ ଖୁବ୍ ଭଲପାଇବା ମଧ୍ୟ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ପାକିସ୍ତାନରେ ୩୧ କୋଟି ଟଙ୍କା ରୋଜଗାର କରିସାରିଛି । ପାକିସ୍ତାନରେ ସବୁଠାରୁ ଅଧିକ ରୋଜଗାର କରିଥିବା ଭାରତୀୟ ପଞ୍ଜାବୀ ଫିଲ୍ମ ଭାବେ ସର୍ଦ୍ଦାର ଜୀ ୩ ପ୍ରଥମ ସ୍ଥାନରେ ରହିଛି ।

ସର୍ଦ୍ଦାର ଜୀ ୩ କୁ ନେଇ ଭାରତରେ ଏବେ ବିବାଦ ଚାଲିଛି । ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଅମିର ରହିଥିବା କାରଣରୁ ଭାରତରେ ଫିଲ୍ମକୁ ରିଲିଜ ହେବାକୁ ଦିଆଯାଉ ନାହିଁ ।

୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆଟାକରେ ୨୫ ଜଣଙ୍କ ମୃତ୍ୟୁ ହେବା ପରେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ଭାରତରେ ବ୍ୟାନ୍ କରାଯାଇଛି ।

ଫିଲ୍ମ ମେକର ଏହାର ସ୍ପଷ୍ଠୀକରଣରେ କହିଛନ୍ତି ଯେ, ପହଲଗାମ ଆଟାକ୍ ପୂର୍ବରୁ ଫିଲ୍ମରେ ପାକ୍ ଅଭିନେତ୍ରୀଙ୍କୁ ନିଆଯାଇଥିଲା । ବିବାଦ କାରଣରୁ ଫିଲ୍ମର ଟ୍ରେଲର ମଧ୍ୟ ୟୁଟ୍ୟୁବରେ ରିଲିଜ ହୋଇପାରିନି ।