fbpx

ରେଳୱେ ବୋର୍ଡ଼ର ନୂତନ ଅଧ୍ୟକ୍ଷ ହେଲେ ସତୀଶ କୁମାର, ଜାଣନ୍ତୁ ପ୍ରଥମ ଥର ପାଇଁ ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ଏହି ଅଧିକାରୀ କିଏ ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ(IRMS)ର ଅଧିକାରୀ ସତୀଶ କୁମାର ରେଳ ବୋର୍ଡ଼ର ନୂତନ ଅଧ୍ୟକ୍ଷ ତଥା CEO ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର କ୍ୟାବିନେଟ ନିଯୁ୍‌କ୍ତି କମିଟି(ACC) ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ୧୯୮୬ ବ୍ୟାଚ୍ ସତୀଶ କୁମାର ବର୍ତ୍ତମାନର ଅଧ୍ୟକ୍ଷ ଜୟା ବର୍ମା ସିହ୍ନାଙ୍କ ସ୍ଥାନ ନେବେ । ଅଗଷ୍ଟ ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ । ରେଳ ବୋର୍ଡ଼ର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ବୋର୍ଡ଼ର ଇତିହାସରେ ପ୍ରଥମ ଥର ପାଇଁ ଅନୁସୁଚିତ ଜାତି କୋଟାରୁ କେହି ଜଣେ ଶୀର୍ଷ ପଦରେ ନିଯୁକ୍ତ ହୋଇଛନ୍ତି । ତେବେ ସେପ୍ଟେମ୍ବର ୧ ତାରିଖରେ ସତୀଶ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି ।

କିଏ ସତୀଶ କୁମାର ?

ଭାରତୀୟ ରେଳବାଇ ମେକାନିକାଲ ଇଂଜିନିୟର୍ସ ସେବା ୧୯୮୬ ବ୍ୟାଚର ଅଧିକାରୀ ହେଉଛନ୍ତି ସତୀଶ । ୧୯୮୮ ମସିହା ମାର୍ଚ୍ଚରେ ସେ ଅଫିସିଆଲ ଭାବେ ରେଳବାଇ ସେବାରେ ସାମିଲ ହୋଇଥିଲେ । ତାଙ୍କର ପ୍ରାୟ ୩୪ ବର୍ଷର ଅନୁଭବ ରହିଛି । ଏହା ପୂର୍ବରୁ ସେ ଉତ୍ତର ପୂର୍ବ ରେଳବାଇ, ଜୟପୁରର ବରିଷ୍ଟ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ଭିଜିଲାନ୍ସ ଅଫିସର ଭାବେ କାର୍ଯ୍ୟରତ ଥିଲେ । ପରେ ଉତ୍ତର ମଧ୍ୟ ରେଳବାଇର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏପ୍ରିଲ ୨୦୧୭ରୁ ୨୦୧୯ ଏପ୍ରିଲ ପର୍ପ୍ୟନ୍ତ ସେ ଉତ୍ତର ରେଳବାଇ ଲକ୍ଷ୍ନୌ ବିଭାଗର ଡିଭିଜନାଲ ରେଳବାଇ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.