ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କର ଗତି ଓ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାକି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । ତେବେ ଗ୍ରହମାନଙ୍କର ଏହି ରାଶିର ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ନ୍ୟାୟର ଦେବତା ଶନି ଜାନୁଆରୀ ୧୭ ତାରିଖରେ ମଧ୍ୟ ତାଙ୍କ ସ୍ଥିତି ଏବଂ ରାଶି ପରିବର୍ତ୍ତନ କରିଛନ୍ତି । ସେ ୩୦ ବର୍ଷ ପରେ ନିଜ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି । ଏତିସହିତ ସେ କୁମ୍ଭ ରାଶିରେ ଅଢେଇବର୍ଷ ଯାଏଁ ବିରାଜମାନ କରିବେ । ଫଳରେ ଏହା ସମସ୍ତ ୧୨ ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୪ ଟି ରାଶି ଉପରେ ଏହାର ପ୍ରଭାବ ଅଧିକ ମାତ୍ରାରେ ରହିବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟା ଦେଇ ଗତି କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ଟି ରାଶି ବିଷୟରେ…
କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ରାଶିରେ ଶନିଙ୍କ ପ୍ରବେଶ କର୍କଟ ରାଶି ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ । ଫଳରେ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିବା ସହ ମାନସିକ ଦୁଃଚିନ୍ତାରେ ସମୟ ବିତିବ । ଏଥିସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି । ତେଣୁ ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
କନ୍ୟା: ଶାସ୍ତ୍ର ଅନୁସାରେ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଙ୍କ କୁମ୍ଭ ରାଶିରେ ପ୍ରବେଶ ଅନେକ ସମସ୍ୟା ସୃଷ୍ଟି କରିବ । ଫଳରେ ଧାର କରଜ ବୃଦ୍ଧି ହେବା ଚାକିରୀ କ୍ଷେତ୍ରରେ ମଧ୍ୟ ଆଶିଂକ ପ୍ରଭାବ ଦେଖାଯିବ । ତେଣୁ ଏହି ସମୟମ ମଧ୍ୟରେ ସତର୍କତାର ସହ କାମ କରିବା ଆବଶ୍ୟକ ।
ବିଚ୍ଛା: ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ପାଇଁ କୁମ୍ଭ ରାଶିରେ ଶନିଙ୍କ ପ୍ରବେଶ ବହୁତ ଖରାପ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ନିଜ ପରିବାର ଠାରୁ ଦୀରେଇ ରହିବେ । ଯାହାକି ସେମାନଙ୍କ ମାନସିକ ସ୍ଥାତି ଉପରେ ଖରାପ ପ୍ରଭାବ ପକାଇବ । ସେହିପରି ଯେଉଁ ବ୍ୟକ୍ତିମେନ ଧନ ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି ସେମାନେ ଏହିସବୁ କିଣିବା ଆଗରୁ ଭଲଭାବରେ ସମସ୍ତ ଜରୁରୀ କାଜପତ୍ର ଯାଞ୍ଚ କରି ନିଅନ୍ତୁ ।
ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ରାଶି ପରିବର୍ତ୍ତନ ମୀନ ରାଶି ଉପରେ ମଧ୍ୟ ତାର କୁ ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଖର୍ଚ୍ଚ ବଢିବା ସହ ଘରେ ଅଶାନ୍ତି ଲାଗି ରହିବ । ଏଥିସହିତ ଶରୀର ମଧ୍ୟ ଅସୁସ୍ଥ ରହିବାର ସମ୍ଭାବନା ରହିଛି । ତେବେ ଏହି ରାଶିର ବ୍ୟକ୍ତିମାନେ ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । ତେଣୁ ଯାତ୍ରା ସମୟରେ ସାବଧାନତା ଯାତ୍ରା କରନ୍ତୁ ।