ଶନି ଗୋଚରରେ ଅସୁବିଧାର ଶିକାର ହେବେ ଏହି ୩ ରାଶି, ଅଢେଇ ବର୍ଷ ପର୍ଯ୍ୟନ୍ତ ହେବ ଧର୍ଯ୍ୟ ପରୀକ୍ଷା
ଶନିଙ୍କର ମୀନ ରାଶିରେ ପ୍ରବେଶ କରିବା ପରେ ଏହି ୩ଟି ରାଶି ଭୋଗିବେ ସମସ୍ୟା
ଓଡ଼ିଶା ଭାସ୍କର: ଶନି ଗ୍ରହ ୨୯ ମାର୍ଚ୍ଚରେ କୁମ୍ଭରୁ ବାହାରି ମୀନ ରାଶିରେ ଗୋଚର କରିଛନ୍ତି। ଶନିଙ୍କ ଏହି ରାଶି ପରିବର୍ତ୍ତନରେ ୩ଟି ରାଶିଙ୍କର ଖରାପ ଦିନ ଆରମ୍ଭ ହେବ। ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଏହି ୩ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଅସୁବିଧା ସୃଷ୍ଟି କରିପାରନ୍ତି ଶନି।
ମେଷ : ଶନି ଗ୍ରହର ମୀନ ରାଶିରେ ପ୍ରବେଶ କରିବା ପରେ ମେଷ ରାଶିର ଅଢେଇ ବର୍ଷ ପର୍ଯ୍ୟନ୍ତ ଧର୍ଯ୍ୟ ପରୀକ୍ଷା ହେବ। ଏହି ସମୟରେ ଅନେକ ଅସୁବିଧା ଆସିପାରେ। କ୍ୟାରିୟର ମାମଲାରେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ରାଜନୀତିଠାରୁ ଦୂରେଇ ରହିବା ଏହି ପରିସ୍ଥିତି ପାଇଁ ଖୁବ ଭଲ।
ସିଂହ : ଆପଣଙ୍କୁ ଏହି ସମୟରେ ସଫଳତା ପାଇବାକୁ କଠିନ ପରିଶ୍ରମ କରିବା ଆବଶ୍ୟକ। ଏହି ସମୟରେ ଆପଣ ନିରାଶ ହୁଅନ୍ତୁ ନାହିଁ। ସରକାରୀ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ମାନସିକ କ୍ଷେତ୍ରରେ ଆପଣ ଚିନ୍ତିତ ରହିବେ।
ଧନୁ: ପାରିବାରିକ ଜୀବନରେ ଆପଣଙ୍କୁ ସତର୍କତାର ସହ ରହିବା ଆବଶ୍ୟକ। ଶନିଙ୍କ ମୀନ ରାଶିରେ ଗୋଚର ସମୟରେ ଧନୁରାଶିର ଲୋକେ ନିଜ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।
କ୍ୟାରିୟରରେ ଆପଣ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏହି ସମୟରେ ଆପଣଙ୍କର ବିରୋଧୀ ବଢିପାରନ୍ତି, ସେଥିପାଇଁ ଏହି ସମୟରେ ଆପଣ ସବୁ ପରିସ୍ଥିତିରେ ଚୁପ୍ ରୁହନ୍ତୁ।