SBIରେ କିରାଣୀ ନିଯୁକ୍ତି: ଅନଲାଇନ୍ ଆବେଦନ ଆରମ୍ଭ, ଜାନୁଆରୀରେ ପ୍ରିଲିମ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଜୁନିୟର ଆସୋସିଏଟ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) କ୍ଲରିକାଲ କ୍ୟାଡରରେ ନିଯୁକ୍ତି ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇବା ସହ ଅନଲାଇନରେ ଆବେଦନ କରିପାରିବେ ।

ଜାନୁଆରୀ ୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ୨୭ରେ ତାହା ସମାପ୍ତ ହେବ । ଜାନୁଆରୀରେ ପ୍ରିଲିମିନାରୀ ପରୀକ୍ଷା ଓ ଫେବୃଆରୀରେ ମୁଖ୍ୟ ପରୀକ୍ଷା ହେବାର ସମ୍ଭାବନା ରହିଛି । ଜେନେରାଲ, ଓବିସି, ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୭୫୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ସେହିପରି ଏସସି, ଏସଟି, ପିଡବ୍ଲ୍ୟୁବିଡି, ଇଏସଏମ, ଡିଇଏସଏମ ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ ଓ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଅନଲାଇନରେ ଗ୍ରହଣ କରାଯିବ । ଚଳିତ ବର୍ଷ ଏପ୍ରିଲ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/sbijanov24/

ନୋଟିଫିକେସନ ଲିଙ୍କ: https://sbi.co.in/documents/77530/0/07122024-JA+2024-Ladakh-Detailed+Advt.pdf/29ec9d4e-606b-59f9-b36d-56f32853005b?t=1733549427828