fbpx

ଏତିକି ସମୟ ଯାଏଁ ବନ୍ଦ ରହିବ ଏସବିଆଇର ବ୍ୟାଙ୍କ ସେବା, ଜାଣନ୍ତୁ କାହିଁକି

Advertisement

ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କରିଛି । ବ୍ୟାଙ୍କ କହିଛି ଯେ ୬ ଏବଂ ୭ ଅଗଷ୍ଟରେ ଏହାର ଡିଜିଟାଲ ସେବା କିଛି ଘଣ୍ଟା ପାଇଁ ପ୍ରଭାବିତ ହେବ ।

ଏସବିଆଇ ଏନେଇ ଏକ ଟ୍ୱିଟ କରି କହିଛି ଯେ ମେଣ୍ଟେନାନ୍ସ ଯୋଗୁଁ ବ୍ୟାଙ୍କର ଡିଜିଟାଲ ସେବା କିଛି ଘଣ୍ଟା ପାଇଁ ପ୍ରଭାବିତ ହେବ । ଏସବିଆଇ ୟୋନୋ, ୟୋନୋ ଲାଇଟ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ୟୋନୋ ବିଜନେସ ସହିତ ଜଡ଼ିତ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ୬ ଅଗଷ୍ଟ ରାତି ୧୦.୪୫ ଠାରୁ ୭ ଅଗଷ୍ଟ ରାତି ୧.୧୫ ପର୍ଯ୍ୟନ୍ତ ପ୍ରାୟ ୧୫୦ ମିନିଟ ପର୍ଯ୍ୟନ୍ତ ପ୍ରଭାବିତ ହେବ । ଅର୍ଥାତ୍ ଏହି ସମୟରେ ଆପଣ ଉକ୍ତ ଡିଜିଟାଲ ସେବାର ବ୍ୟବହାର କରିପାରିବେ ନାହିଁ ।

ଏହା ପୂର୍ବରୁ ଜୁଲାଇ ମାସରେ ମଧ୍ୟ ଦୁଇ ଥର ଏପରି ମେଣ୍ଟେନାନ୍ସ ପାଇଁ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିଲା ।

Get real time updates directly on you device, subscribe now.