ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ସ୍ୱତନ୍ତ୍ର ନିବେଶ ଯୋଜନା ଏଫଡି ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ରହିଛି ଏକ ଖୁସି ଖବର । ବର୍ତ୍ତମାନ ଅମୃତ କଳଶ ଯୋଜନାରେ ନିବେଶ ପାଇଁ ଶେଷ ତାରିଖ ବଢ଼ିଛଇ, ଯାହାଫଳରେ ଆପଣ ୩୧ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ନିବେଶ କରିପାରିବେ ।
ଏହାପୂର୍ବରୁ ଏହାର ଶେଷ ତାରିଖ ୩୧ ମାର୍ଚ୍ଚ ଥିଲା । ଏହି ଯୋଜନାରେ ଅତି କମରେ ୪୦୦ ଦିନ ପାଇଁ ନିବେଶ କରିବା ଆବଶ୍ୟକ ।
ଅମୃତ କଳଶ ଯୋଜନା ବିଷୟରେ ଜାଣନ୍ତୁ :-
ଅମୃତ କଳଶ ଯୋଜନା ବାର୍ଷିକ ୭.୧୦% ସୁଧ ପ୍ରଦାନ କରୁଛି । ଏଥି ସହିତ ବରିଷ୍ଠ ନାଗରିକମାନଙ୍କୁ ଏଫଡି ଉପରେ ବାର୍ଷିକ ୭.୫୦% ସୁଧ ମିଳିବ । ଏଥିରେ ଆପଣ ସର୍ବାଧିକ ୨ କୋଟି ଟଙ୍କା ଏଫଡି କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ମାସିକ, ତ୍ରୈ ମାସିକ ଏବଂ ଅଧା ବାର୍ଷିକ ସୁଧ ପ୍ରଦାନ କରାଯାଏ । ଆପଣ ଆପଣଙ୍କର ସୁବିଧା ଅନୁଯାୟୀ ଏଫଡି ସୁଧର ପେମେଣ୍ଟ ସ୍ଥିର କରିପାରିବେ ।
ପ୍ରତିବର୍ଷ ସୁଧ ହାରରେ ପରିବର୍ତ୍ତନ ହୁଏ :-
ଏହି ଯୋଜନାରେ, ଯଦି ଆପଣ ୧ ବର୍ଷ ପାଇଁ ଏଫଡି କରନ୍ତି, ତେବେ ସାଧାରଣ ଲୋକମାନେ ୬.୮୦% ସୁଧ ଏବଂ ବରିଷ୍ଠ ନାଗରିକମାନେ ୭.୩୦% ସୁଧ ପାଆନ୍ତି ।
ଯଦି ଆପଣ ୨ ବର୍ଷ ପାଇଁ ଏଫଡି କରନ୍ତି, ତେବେ ସାଧାରଣ ଲୋକମାନେ ୭% ସୁଧ ପାଆନ୍ତି ଏବଂ ବରିଷ୍ଠ ନାଗରିକମାନେ ୭.୫୦% ସୁଧ ପାଆନ୍ତି । ଯଦି ୩ ବର୍ଷ ପାଇଁ ଏଫଡି ହୁଏ ତେବେ ସାଧାରଣ ଲୋକ ୬.୭୫% ସୁଧ ପାଆନ୍ତି ଏବଂ ବରିଷ୍ଠ ନାଗରିକମାନେ ୭.୨୫% ସୁଧ ପାଆନ୍ତି । ଯଦି ୫ ବର୍ଷ ପାଇଁ ଏଫଡି ହୁଏ ତେବେ ସାଧାରଣ ଲୋକମାନେ ୬.୫୦% ସୁଧ ଏବଂ ବରିଷ୍ଠ ନାଗରିକମାନେ ୭.୫୦% ସୁଧ ପାଆନ୍ତି । ଏହି ଏଫଡି ପରି ଲୋନ୍ ନେବାର ସୁବିଧା ମଧ୍ୟ ମିଳିଥାଏ ।