SBIର ନୂଆ ସ୍କିମ୍: ଏଣିକି ଲକ୍ଷପତି ହେବେ ସବୁ ଗ୍ରାହକ: ଜାଣନ୍ତୁ କିପରି ମିଳିବ ଅଧିକ ସୁଧ

‘Har Ghar Lakhpati’ ଯୋଜନାରେ ‘ସ୍ମଲ୍ ସେଭିଙ୍ଗ’କୁ ପ୍ରାଧାନ୍ୟ ଦେବ ଷ୍ଟେଟ ବ୍ୟାଙ୍କ, ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ‘ସ୍ମଲ୍ ସେଭିଙ୍ଗ’କୁ ପ୍ରାଧାନ୍ୟ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରାଯାଇଛି । ‘ହର୍ ଘର୍ ଲଖପତି’ ନାମରେ ଏକ ନୂଆ ରେକରିଙ୍ଗ ଡିପୋଜିଟ ସ୍କିମ୍ ଆରମ୍ଭ କରିଛି ଷ୍ଟେଟ ବ୍ୟାଙ୍କ ।

ଏହାଦ୍ୱାରା ଗ୍ରାହକ ଛୋଟ ଛୋଟ ଆମାଉଣ୍ଟରେ ଲକ୍ଷାଧିକ ଟଙ୍କା ଡିପୋଜିଟ କରିପାରିବେ । ଏହି ଡିପୋଜିଟ୍ ମ୍ୟାଚ୍ୟୁର ହେବା ପରେ ଗ୍ରାହକ ଲକ୍ଷପତି ହୋଇପାରିବେ ।

‘ହର୍ ଘର୍ ଲଖପତି’ ଯୋଜନା: ଭାରତୀୟ ଷ୍ଟେଟ ବ୍ୟାଙ୍କର ରିପୋର୍ଟ ଅନୁସାରେ, ରେକରିଙ୍ଗ ଡିପୋଜିଟରେ ଜଣେ ବ୍ୟକ୍ତି ପ୍ରତ୍ୟେକ ମାସ ଫିକ୍ସଡ ଆମାଉଣ୍ଟ ଜମା କରିଥାଏ । ଆକାଉଣ୍ଟ ଖୋଲିବା ସମୟରେ ଏହା ସ୍ଥିର ହୋଇଥାଏ । ଆକାଉଣ୍ଟ ଖୋଲିବା ସମୟରେ ଜମା ରାଶି ଏବଂ କେବେ ପର୍ଯ୍ୟନ୍ତ ଜମା କରାଯିବ, ତାହା ଚୟନ କରାଯାଇଥାଏ ।

କିପରି ମିଳିବ ସୁଧ: ପ୍ରତ୍ୟେକ ମାସରେ ଜମା ହୋଇଥିବା ନିଶ୍ଚିତ ରାଶିରେ ସୁଧ ପ୍ରଦାନ କରାଯାଏ । ଏହା ପ୍ରତି ୩ ମାସର ଅଧାରରେ କମ୍ପାଉଣ୍ଡ ହୋଇଥାଏ । ଅର୍ଥାତ୍ ପ୍ରତି ୩ ମାସରେ ଥରେ ସୁଧ ରାଶି ଗ୍ରାହକଙ୍କ ଆକାଉଣ୍ଟରେ ଜମା ହୋଇଥାଏ ।

କେତେ ମିଳିବ ସୁଧ: ଏହି ସ୍କିମରେ ଇଣ୍ଟରେଷ୍ଟ ରେଟ୍ ଖାତା ଖୋଲିବା ସମୟରେ ଲାଗୁ ହୋଇଥିବା (୦.୫୦ ରୁ ୧) କମ୍ ରହିବ । ତେବେ ୭ ଦିନରୁ କମ୍ ଅବଧି ପର୍ଯ୍ୟନ୍ତ ଜମା ଥିବା ରାଶି ଉପରେ କୌଣସି ସୁଧ ମିଳିବ ନାହିଁ ।

ଡିପୋଜିଟ ନ କଲେ ଲାଗିବ ଜରିମାନା: ସଠିକ ସମୟରେ ରାଶି ଜମା ନ କଲେ ଗ୍ରାହକଙ୍କୁ ଜରିମାନା ଦେବାକୁ ପଡ଼ିବ । ୫ ବର୍ଷ ବା ତା’ଠାରୁ କମ୍ ସମୟର ରେକରିଙ୍ଗ ଡିପୋଜିଟ ପାଇଁ ଯଦି ୧୦୦ ଟଙ୍କା ଜମା କରନ୍ତି, ତେବେ ଆକାଉଣ୍ଟ ଧାରୀଙ୍କୁ ମାସିକ ୧.୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ୫ ବର୍ଷରୁ ଅଧିକ ସମୟ ପାଇଁ ଏହି ଜରିମାନା ୨ ଟଙ୍କା ଧାର୍ଯ୍ୟ କରାଯାଇଛି ।

ବୟସ୍କ ବ୍ୟକ୍ତିଙ୍କୁ ଅଧିକ ସୁଧ: ସାଧାରଣ ନାଗରିକଙ୍କ ପାଇଁ ୩-୪ ବର୍ଷ ଅବଧି ପାଇଁ ରେକରିଙ୍ଗ ଡିପୋଜିଟରେ ସୁଧ ହାର ୬.୭୫% ରହିଛି । ତେବେ ସିନିୟର ସିଟିଜେନ ପାଇଁ ଏହି ହାର ୭.୨୫% ରହିଛି ।

ଅନ୍ୟ ଅବଧିରେ ସାଧାରଣ ନାଗରିକଙ୍କୁ ୬.୫% ସୁଧହାର ଦିଆ ଯାଉଥିବା ବେଳେ ସିନିୟର ସିଟିଜେନ ପାଇଁ ଏହାକୁ ୭% ରହିଛି ।

ଏହି ଭୁଲରୁ ବନ୍ଦ ହୋଇଯିବ ଆକାଉଣ୍ଟ: ଯଦି ଜଣେ ଗ୍ରାହକ ଲଗାତାର ୬ ମାସ ପର୍ଯ୍ୟନ୍ତ ରାଶି ଜମା ନ କରନ୍ତି, ତେବେ ଏହି ଆକାଉଣ୍ଟକୁ ସମୟ ପୂର୍ବରୁ ବନ୍ଦ କରି ଦିଆଯିବ । ଆକାଉଣ୍ଟରେ ଥିବା ଜମା ରାଶି ଆକାଉଣ୍ଟଧାରୀଙ୍କ ଷ୍ଟେଟ ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ ।