fbpx

SCBରେ ଦ୍ୱିତୀୟ ଘଟଣା: ଅଚାନକ ବନ୍ଦ ହୋଇଗଲା ଗର୍ଭବତୀଙ୍କ ହୃଦ ସ୍ପନ୍ଦନ, ଡାକ୍ତର ପାଇଁ ବଞ୍ଚିଲା ଦୁଇଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଗୁରୁତର ରୋଗୀଙ୍କୁ ବଡ଼ ବଡ଼ ବିପଦରୁ ବଞ୍ଚାଇଥାନ୍ତି ଡାକ୍ତର । ତେଣୁ ଡାକ୍ତରଙ୍କୁ କୁହାଯାଇଥାଏ ଦ୍ୱିତୀୟ ଭଗବାନ । ତେବେ ଚିକିତ୍ସା କ୍ଷେତ୍ରରେ କଟକର ଏସସିବି ଅନେକ ସଫଳତା ହାସଲ କରିଥିବା ବେଳେ ପୁଣି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଗର୍ଭବତୀ ମହିଳାଙ୍କର ହୃଦ ସ୍ପନ୍ଦନ ବନ୍ଦ ହେବା ପରେ ମଧ୍ୟ ସେ ଓ ତାଙ୍କର ଶିଶୁର ଜୀବନ ବଞ୍ଚି ପାରିଛି ।

ସୂଚନା ମୁତାବକ, ପ୍ରସୂତୀ ଗୃହକୁ ନେବା ବେଳକୁ ଯାଜପୁରର ଜାରକା ଅଞ୍ଚଳର ଜଣେ ମହିଳାଙ୍କର ହାର୍ଟ ବନ୍ଦ ହୋଇଯାଇଥିଲା । ଏହାପରେ ଶିଶୁ ବିଭାଗର ଡାକ୍ତରଙ୍କ କଠିନ ପ୍ରୟାସ ବଳରେ ମହିଳା ଜଣେ ଶିଶୁକୁ ଜନ୍ମ ଦେଇଥିଲେ । ମା’ ଓ ଶିଶୁଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ସେମାନଙ୍କର ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ତେଣୁ ସେମାନଙ୍କ ଉପରେ ମେଡିକାଲ ଷ୍ଟାଫ୍ ନଜର ରଖିଛନ୍ତି ।

ତେବେ ମହିଳା ଜଣକ ଏନକ୍ଲାନସିଆ ଭରି ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ଥିଲେ । ତେଣୁ ତାଙ୍କର ଗର୍ଭସ୍ଥ ଶିଶୁକୁ ବଞ୍ଚାଇବା ଡାକ୍ତରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜିଂ ଥିଲା । ଉଭୟଙ୍କର ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କ ପାଖରେ ବହୁତ କମ୍ ସମୟ ଥିଲା । ତେଣୁ ଅସ୍ତ୍ରୋପଚାର କରାଯାଇ ଗର୍ଭସ୍ଥ ଶିଶୁକୁ ବାହାର କରାଯାଇଥିଲା । ଡାକ୍ତରଙ୍କ ପ୍ରୟାସ ବଳରେ ଦୁଇଟି ଜୀବନ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରିପାରିଥିଲା । ଗର୍ଭବତୀଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଦେଉଥିବା ବେଳେ ଏଥିରେ ଆକ୍ରାନ୍ତ ହେଳେ ରକ୍ତଚାପ ଅହେତୁକ ଭାବେ ବୃଦ୍ଧି ଘଟିଥାଏ । ତେବେ ଏସସିବି ମେଡିକାଲରେ ଏହା ଦ୍ୱିତୀୟ ଘଟଣା ଥିଲା ବୋଲି ଜଣାପଡ଼ିଛି । ଦୁହିଙ୍କର ଜୀବନ ବଞ୍ଚାଇବା ପାଇଁ ୩ଟି ବିଭାଗର ଡାକ୍ତର ଉଦ୍ୟମ ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.