fbpx

ବୋମା ବିସ୍ଫୋରଣ ଧମକ ; ୧୦୦ ନମ୍ବରକୁ କଲ କରି ଧମକ, ସ୍କୁଲରେ ପହଞ୍ଚିଲା ପୋଲିସ ଓ ଅଗ୍ନିଶମ

ନୂଆଦିଲ୍ଲୀ : ନେତା, ଅଭିନେତା ଓ ରାଜନେତା ପରେ ଏବେ ସ୍କୁଲକୁ ଧମକ ମିଳିଛି । ବୋମା ପକାଇ ସ୍କୁଲକୁ ଉଡାଇ ଦେବୁ ବୋଲି ରାଜଧାନୀ ଦିଲ୍ଲୀର ଏକ ସ୍କୁଲକୁ ଏହି ଧମକ ମିଳିଛି । ମଥୁରା ରୋଡରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ଉଡାଇ ଦେବୁ ସମ୍ପର୍କରେ ପୋଲିସ ସୂଚନା ପାଇଛି। ଇ-ମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି ବୋଲି କୁହାଯାଉଛି। ବର୍ତ୍ତମାନ ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି।

ସୂଚନାନୁସାରେ, ଦିଲ୍ଲୀ ପୋଲିସ କହିଛି ଯେ ସକାଳ ୮.୧୦ ସମୟରେ ୧୦୦ ନମ୍ବରରେ ଏକ ଫୋନ୍ କଲ ଆସିଥିଲା । ସ୍କୁଲରେ ବୋମା ଲାଗିଥିବା ସୂଚନା ସେହି ଫୋନ୍ କଲରୁ ହିଁ ଜଣାପଡିଥିଲା । ବୋମା ଧମକ ପାଇବା ପରେ ଦିଲ୍ଲୀ ପୋଲିସର ଆମ୍ବୁଲାନ୍ସ ଏବଂ କମାଣ୍ଡୋ ଯବାନମାନେ ଦିଲ୍ଲୀର ମଥୁରା ରୋଡରେ ଅବସ୍ଥିତ ଡିପିଏସ୍ ସ୍କୁଲରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ପିଲାମାନଙ୍କର ସମ୍ପର୍କୀୟମାନେ ମଧ୍ୟ ବିଦ୍ୟାଳୟରେ ପହଞ୍ଚିଛନ୍ତି। ପୋଲିସର କହିବାନୁସାରେ ପ୍ରାରମ୍ଭିକ ଅନୁସନ୍ଧାନରେ ଏହା କାହାର ମଜାଳିଆମି ବୋଲି ଜଣାପଡିଛି। ତଥାପି ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଚ । କୌଣସି ଭୟ କରିବାର ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସେହିଭଳି ଗତ ସପ୍ତାହରେ ଏପ୍ରିଲ ୧୨ ରେ ଦିଲ୍ଲୀର ଏକ ସ୍କୁଲରେ ବୋମା ବିସ୍ଫୋରଣ ହେବାର ଆଶଙ୍କା ରହିଥିଲା। ଘଟଣାସ୍ଥଳରୁ କିଛି ମିଳିନଥିଲା ।

Get real time updates directly on you device, subscribe now.