ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ସ୍କୁଲ ବସ୍ ଓଲଟିପଡ଼ିଛି, ଯାହାଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସାମ୍ନାପଟୁ ଆସୁଥିବା ବାଇକକୁ ରାସ୍ତା ଦେବା ବେଳେ ଘଟିଛି ଏହି ଅଘଟଣ । ଦୁର୍ଘଟଣାରେ ଆହତ ହୋଇଥିବା ୮ ଜଣ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଧାରୁଆଡିହି ଦେମୁଲ ନିକଟରେ ଘଟିଥିବା ସୂଚନା ମିଳିଛି ।