ସ୍କୁଲ ବସକୁ ପଡ଼ିଲା ୪ ଲକ୍ଷରୁ ଅଧିକ ଫାଇନ୍: ଫିଟନେସ ଯାଞ୍ଚ ବେଳେ ଫାଇନ୍ କାଟିଲା ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ
ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି ଯାଞ୍ଚ ପାଇଁ ପରିବହନ ବିଭାଗର ନଷ୍ପତ୍ତି
କୋରାପୁଟ: ଫିଟ୍ନେସ ଯାଞ୍ଚ ବେଳେ ସ୍କୁଲ ଉପରେ ୪ ଲକ୍ଷ ଫାଇନ୍ କାଟିଲା ପରିବହନ ବିଭାଗ । ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସକୁ ଫାଇନ । ଫିଟନେସ ପାଇଁ ୨୧ ହଜାର ୫୦୦ ଜରିମାନା ଓ ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଟଙ୍କା ଜରିମାନା ଲାଗିଛି ।
ସୂଚନାଯୋଗ୍ୟ, ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକର ଯାଞ୍ଚ ହେଉଛି । ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ସ୍ଥିତି ନେଇ ଯାଞ୍ଚ କରି ୨୮ ତାରିଖ ସୁଦ୍ଧା ରିପୋର୍ଟ ଦେବା ପାଇଁ ଏସଟିଏ ତରଫରୁ ନିର୍ଦ୍ଦେଶ ରହିଛି । ଗାଡ଼ିଗୁଡ଼ିକର ଫିଟନେସ, ବୀମା ଆଦି ଯାଞ୍ଚ କରାଯାଉଛି ।
ଧାର୍ଯ୍ୟ ହୋଇଥିବା ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ବାଧ୍ୟତାମୂଳକ ରହିବ ବୋଲି ଚେତାବନୀ ଦିଆଯାଇଛି । ଛୋଟ ପିଲାଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଏକ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏସଟିଏ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଫିସକୁ ନୋଟିସ ଜାରି କରାଯାଇଛି । ଆସନ୍ତା ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗାଡି ଯାଞ୍ଚ କରିବା ସହ ୨୮ ତାରିଖରେ ଏହାର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଏସଟିଏ ।