ପିଲିଭୀତ: ଉତ୍ତରପ୍ରଦେଶ ପିଲିଭୀତ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍କୁଲ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଜବରଦସ୍ତି ବିଷ ପିଆଇଛନ୍ତି କିଛି ଯୁବକ । ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି ।
ସୂଚନାରୁ ପ୍ରକାଶ ଶୁକ୍ରବାର ପିଲିଭୀତ ଜିଲ୍ଲା ଜେହାନାବାଦ ଅଞ୍ଚଳ ସ୍ଥିତ ଜଣେ ଛାତ୍ରୀ ସକାଳେ ସ୍କୁଲ ଯାଉଥିଲେ । ସମୟ ପ୍ରାୟ ୯ଟା ପାଖାପାଖି ଜେଏମବି କଲେଜ ନିକଟରେ ୩ ଜଣ ଯୁବକ ବାଇକରେ ଆସି ତାକୁ ଅଟକାଇ ଜବରଦସ୍ତି ବିଷ ପିଇବା ପାଇଁ ବାଧ୍ୟ କରିଥିଲେ । ଏହା ପରେ ଉକ୍ତ ଛାତ୍ରୀ ଜଣଙ୍କ ସେମିତି ସ୍କୁଲ ପହଂଚିଥିଲେ । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ଶିକ୍ଷକମାନେ ଚିନ୍ତିତ ହୋଇପଡ଼ିଥିଲେ । ତୁରନ୍ତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରେ ଛାତ୍ରୀଙ୍କୁ ଶହରରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଉକ୍ତ ଛାତ୍ରୀ ଜଣଙ୍କ ସୁସୱାର ଗାଁର ରାମଗୋପାଲ(ମାମୁଁ)ଙ୍କ ଭାଣିଜୀ ଅଂଶିକା(୧୩) ବୋଲି ଜଣାପଡ଼ିଛି । ସେ ପଞ୍ଚମ କ୍ଲାସରେ ପାଠପଢ଼ୁଥିଲେ । ପୋଲିସ ଅଧିକ୍ଷକ ଅବିନାଶ ପାଣ୍ଡେଙ୍କ କହିବାନୁଯାୟୀ ସିସିଟିଭି ଫୁଟେଜ ଏବଂ ଅନ୍ୟ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି । ଏ ମାମଲା ନେଇ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ରାମଗୋପାଲଙ୍କ କହିବାନୁଯାୟୀ ଭାଣିଜୀ ଅଂଶିକାଙ୍କ ବାପା ଓ ତାଙ୍କ ସାନ ଭାଇଙ୍କ ସହ ଦୀର୍ଘ ଦିନରୁ ଜମି ବିବାଦକୁ ନେଇ ଏଭଳି ଘଟିଛି । ପାରିବାରିକ କଲି ଭିତରେ ଝିଅକୁ ଟାର୍ଗେଟ କରିଥିବାରୁ ପୀଡିତାଙ୍କ ପିତା ଥାନାରେ ଏକ ମାମଲା ରୁଜୁ କରିଥିଲେ ।
थाना गजरौला क्षेत्रान्तर्गत स्कूल जा रही नाबालिग बच्ची को उसके रिश्तेदारों द्वारा विषाक्त पदार्थ देने की घटना के संबंध में पुलिस अधीक्षक द्वारा घटना के अनावरण हेतु 04 टीमों का गठन किया गया है। प्रकरण में CO नगर @pilibhitpolice की बाइट।@Uppolice@adgzonebareilly@igrangebareilly pic.twitter.com/4IChSX2TNK
— Pilibhit Police (@pilibhitpolice) November 8, 2024