ଓଡ଼ିଶା ଭାସ୍କର: ୩୦ ତାରିଖରେ ୩ ଜିଲ୍ଲାରେ ଛୁଟି ଘୋଷଣା। ଏହି ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ଆରଡିସି। ଏହି ୩ ଜିଲ୍ଲା ହେଲେ ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ-କଲେଜ ଛୁଟି ରହିବ। ନୂଆଖାଇ ପାଇଁ ଲୋକାଲ ହଲିଡେ ଘୋଷଣା ହୋଇଛି।
ଗତକାଲି 29 ତାରିଖକୁ ସରକାରୀ ଛୁଟି ଘୋଷଣା ହୋଇଥିଲା। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ନୂଆଖାଇ ପର୍ବ ଉପଲକ୍ଷେ ୨୯ ତାରିଖ ଛୁଟି ରହିବ। ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍ କୋର୍ଟ ଛୁଟି ରହିବ। ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ୱିତୀୟ ଶନିବାର କାର୍ଯ୍ୟଦିବସ ଘୋଷଣା ହୋଇଛି।
ସ୍କୁଲ ଛୁଟି: ଗଣପର୍ବ ନୂଆଖାଇ ପରଦିନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୯ ତାରିଖରେ ରାଜ୍ୟର ସବୁ ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।