fbpx

ସ୍କୁଲ ଖୋଲିଲେ ମନିଟରିଂ କରାଯିବ:ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଖୋଲିବା ପ୍ରସଙ୍ଗକୁ ନେଇ ଡିଏମଇଟି ସିବିକେ ମହାନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍କୁଲ ଖୋଲିବା ପରେ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ । ପିଲାମାନଙ୍କ ଲକ୍ଷଣ ଓ ଶିକ୍ଷକ ଟିକା ନେଇଛନ୍ତି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଏ ଦିଗରେ ଅଭିଭାବକ ମାନେ ତୀଖ୍ନ ନଜର ରଖିବେ । ବଡ଼ ମାନଙ୍କ ଠାରୁ ପିଲାଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ତେଣୁ ଏନେଇ ସଚେତନତା ଜରୁରୀ । ସ୍କୁଲ ଶିକ୍ଷକ, ଅଭିଭାବକ ଟିକା ନେବା ଜରୁରୀ । ପିଲାମାନଙ୍କ ମଧ୍ୟରେ ବାରମ୍ବାର ସଚେତନତା ସୃଷ୍ଟି କରିବା ଆବଶ୍ୟକ ।

Get real time updates directly on you device, subscribe now.