fbpx

ଆସନ୍ତା ଜାନୁଆରୀରୁ ଏହି ରାଜ୍ୟମାନଙ୍କରେ ଖୋଲିବ ସ୍କୁଲ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୩୦ା୧୨: କରୋନା ପାଇଁ ସମଗ୍ର ଦେଶରେ ସ୍କୁଲ, କଲେଜ ବନ୍ଦ ହୋଇ ରହିଛି । ୮ ମାସ ପରେ କରୋନା କଟକଣାକୁ ମାନି ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ନିୟମ ଜାରି କରିଥିଲେ । ତଥାପି କରୋନା ସଂକ୍ରମଣରୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ଅନେକ ରାଜ୍ୟ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଅନେକ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନାହିଁ ।

ଆସନ୍ତୁ ଜାଣିବା ୨୦୨୧ ମସିହା ଜାନୁଆରୀ ମାସରୁ କେଉଁ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବିହାର: ବିହାରରେ ରାଜ୍ୟ ସରକାର ଜାନୁଆରୀ ୪ ତାରିଖରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ନବମ ଓ ଦଶମ ଶ୍ରେଣୀ ପିଲା କ୍ଲାସ କରିବେ । ସ୍କୁଲ ବ୍ୟତୀତ କୋଚିଂ ସେଣ୍ଟର, ଡିଗ୍ରୀ କଲେଜ, ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ଖୋଲିବାକୁ କୁହାଯାଇଛି ।

କର୍ଣ୍ଣାଟକ: ଏହି ରାଜ୍ୟରେ ଜାନୁଆରୀ ୧ରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ । କ୍ଲାସ କରିବାକୁ ହେଲେ ପିଲାମାନଙ୍କୁ ପିତାମାତାଙ୍କ ଠାରୁ ଅନୁମତି ପତ୍ର ଆଣିବାକୁ ପଡ଼ିବ ।

ଆସାମ: ଏହି ରାଜ୍ୟ ସରକାର ଜାନୁଆରୀ ୧ରୁ ସମସ୍ତ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ଶିକ୍ଷାନୁଷ୍ଠାନରେ ପୂର୍ବ ଭଳି ସ୍ୱାଭାବିକ କ୍ଲାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପୁଡୁଚେରୀ: ଜାନୁଆରୀ ୪ରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି । ସ୍କୁଲ ଖୋଲିବାକୁ ହେଲେ ସମସ୍ତ ନିୟମ ମାନିବାକୁ କୁହାଯାଇଛି । ପ୍ରାରମ୍ଭିକ ସ୍ତରରେ ହାଫ ଡେ କ୍ଲାସ କରାଯିବ । ଜାନୁଆରୀ ୧୮ରୁ ପୂର୍ଣ୍ଣକାଳୀନ କ୍ଲାସ କରାଯିବ ବୋଲି କୁହାଯାଇଛି ।

ରାଜସ୍ଥାନ: ରାଜସ୍ଥାନ ସରକାର ସ୍କୁଲ କେବେ ଖୋଲିବ ସେନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେବେ ଜାନୁଆରୀ ପ୍ରଥମ ସପ୍ତାହରେ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.