ନୂଆଦିଲ୍ଲୀ: ସ୍କୁଲର ସମୟକୁ ୨୬ ଜୁଲାଇରୁ ସଂଶୋଧନ କରିଛି ଉତ୍ତରପ୍ରଦେଶ ମୌଳିକ ଶିକ୍ଷା ପରିଷଦ । ଉତ୍ତରପ୍ରଦେଶ ମୌଳିକ ଶିକ୍ଷା ପରିଷଦର ସଚିବ ପ୍ରତାପ ସିଂ ବାଘେଲଙ୍କ ସରକାରୀ ବିବୃତ୍ତି ଅନୁସାରେ, ଗ୍ରୀଷ୍ମ ଛୁଟି ପରେ ୧୬ ଜୁନ୍ ୨୦୨୨ ରୁ ଶିକ୍ଷାଗତ କାର୍ଯ୍ୟକଳାପ ଚାଲିଛି । ସମୟ ସକାଳ ୭:୩୦ ରୁ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଥିଲା ।
ଅବଶ୍ୟ, ବର୍ତ୍ତମାନ ପାଣିପାଗର ପରିବର୍ତ୍ତନ ଏବଂ ବାୟୁମଣ୍ଡଳରେ କମ୍ ଆର୍ଦ୍ରତା ହେତୁ ବିଦ୍ୟାଳୟଗୁଡ଼ିକୁ ସକାଳ ୮ ଟାରୁ ଦ୍ୱିହପର୨ ଟା ପର୍ଯ୍ୟନ୍ତ ଏକାଡେମିକ୍ କାର୍ଯ୍ୟକଳାପ କରିବାକୁ ପଡିବ । ପ୍ରାର୍ଥନା ସକାଳ ୮:୦୦ ରୁ ୮:୧୫ ପର୍ଯ୍ୟନ୍ତ କରାଯିବ ଏବଂ ମଧ୍ୟାହ୍ନ ଭୋଜନ ସମୟ ୧୦:୩୦ ରୁ ୧୧ ଟା ପର୍ଯ୍ୟନ୍ତ ହେବ ।
ଏହା ବ୍ୟତୀତ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ବିଦ୍ୟାଳୟଗୁଡ଼ିକୁ କାଉଡି ଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ ୨୨ ରୁ ୨୬ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେରଠ ପ୍ରଶାସନର ନିର୍ଦ୍ଦେଶରେ ଶିକ୍ଷା ବିଭାଗ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଜୁଲାଇ ୨୭ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।