ନୂଆଦିଲ୍ଲୀ,୮ ।୧୦: କେନ୍ଦ୍ର ସରାକରଙ୍କ ଅନଲକ୍ ୫ର ଗାଇଡଲାଇନ୍ ମୁତାବକ ସବୁ ରାଜ୍ୟରେ କଟକଣା ସହ ଅକ୍ଟୋବରରୁ ସ୍କୁଲ ଖୋଲିବା ପାଇଁ ଆଦେଶ ଦିଆଯାଇଛି । କିନ୍ତୁ ଏହି ଆଦେଶକୁ ଲାଗୁ କରିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଏହା ପରେ ବିଭିନ୍ନ ରାଜ୍ୟ, ଯେପରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ପଞ୍ଜାବ, ମଧ୍ୟପ୍ରଦେଶରେ ଏସଓପି ଅନୁସାରେ ସ୍କୁଲ ଖୋଲିବାକୁ ପ୍ରସ୍ତୁତ ହେଉଛି । କିନ୍ତୁ କିଛି ରାଜ୍ୟରେ ସ୍କୁଲ ଏବେବି ବନ୍ଦ ରହିଛି । ମହାରାଷ୍ଟ୍ରରେ ସ୍କୁଲ ଖୋଲିବାର ଏବେ ଉପଯୁକ୍ତ ସମୟ ନୂହେଁ ବୋଲି ରାଜ୍ୟ ସରକାର କହିଛନ୍ତି ।