ନୂଆଦିଲ୍ଲୀ: ଆମ ସମାଜରେ ଶାରୀରିକ ଦୃଷ୍ଟିକୋଣରୁ ଅନେକ ପ୍ରକାରର ମଣିଷ ରହିଥାନ୍ତି । କିଛି ଲୋକ ଅତ୍ୟନ୍ତ ଦୁର୍ବଳ, ପତଳା ହୋଇଥିବା ବେଳେ ଆଉ କିଛି ମୋଟା, ହୁଷ୍ଟପୁଷ୍ଟ ହୋଇଥାନ୍ତି । ତେବେ ସ୍ଲିମ ଫିଗରଧାରୀ ଲୋକମାନେ ଅଧିକ ମାତ୍ରାରେ ଚଲାବୁଲା କରନ୍ତି ବୋଲି ସାଧାରଣ ଭାବେ କୁହାଯାଇଥାଏ । ମାତ୍ର ନିକଟରେ ସ୍ଲିମ୍ ଫିଗରୁକ ନେଇ ଏକ ଷ୍ଟଡିରୁ ନୂଆ ଖୁଲାସା ହୋଇଛି ।
ଶାରୀରକ ଭାବେ ଯେଉଁମାନେ ପତଳା ହୋଇଥାନ୍ତି, ସେମାନଙ୍କର ଫିଜିକାଲ ଆକ୍ଟିଭିଟି ଅଧିକ ହୋଇଥାଏ । ସେଥିପାଇଁ ସେମାନେ ଅଧିକ ଖାଦ୍ୟ ସେବନ କରିଥାନ୍ତି ବୋଲି ପୂର୍ବରୁ ଧାରଣ ରହିଥିଲା । ମାତ୍ର ନିକଟରେ କରାଯାଇଥିବା ରିସର୍ଚ୍ଚ ଏହି ଧାରଣାକୁ ଭୁଲ୍ ବୋଲି ପ୍ରମାଣିତ କରିଛି । ପତଳା ଲୋକମାନେ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ବ୍ୟାୟାମ କରିବା ସହ କମ୍ ଖାଇଥାନ୍ତି । କମ୍ କ୍ୟାଲୋରୀ ସେବନ କରିବା କାରଣରୁ ସେମାନଙ୍କର ଓଜନ କମ୍ ରହିଥାଏ ।
ଏହି ରିସର୍ଚ୍ଚରେ ୧୫୦ ପତଳା ଓ ୧୭୩ ସାଧାରଣ ଲୋକଙ୍କର ଡାଏଟ୍ ଓ ଏନର୍ଜି ସ୍ତରକୁ ଦେଖାଯାଇଥିଲା । ତେବେ ୨୩ ପ୍ରତିଶତ ପତଳା ଲୋକ କମ୍ ଫିଜିକାଲ ଆକ୍ଟିଭିଟି କରିବା ସହ ଅଧିକ ସମୟ ବସିକରି ବିତାଉଥିବା ଜଣାପଡ଼ିଥିଲା । ସେମାନଙ୍କ ମଧ୍ୟରୁ ୧୨ ପ୍ରତିଶତ କମ୍ ଖାଦ୍ୟ ସେବନ କରିଥିଲେ । ତେବେ ସେମାନଙ୍କର ରେଷ୍ଟିଙ୍ଗ ମେଟାବୋଲିଜି ଦ୍ରୁତ ରହିଥିଲା । ଏହି ଷ୍ଟଡି ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଥିବା ରିସର୍ଚ୍ଚ ଟିମର ନେତୃତ୍ୱ ନେଇଥିବା ପ୍ରଫେସର କହିଛନ୍ତି ।