ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ, ଆଉ ଜଣଙ୍କର ମୃତ୍ୟୁ
ଶାରୀରିକ ପରୀକ୍ଷା ବେଳେ ଦୌଡ଼ିବା ବେଳେ ଅସୁସ୍ଥ ଦୀପକଙ୍କର ମୃତ୍ୟୁ ।
ନୂଆଦିଲ୍ଲୀ: ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ ଘଟଣା । ବର୍ତ୍ତମାନ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ଦୀପକ ପାଡ଼ାଲ ।
ଖବର ଅନୁସାରେ, ମୃତକଙ୍କ ଘର ରାୟଗଡ଼ ବ୍ଲକ ନାରାୟଣପୁରର ବୋଲି ଜଣାପଡ଼ିଛି । ଶାରୀରିକ ପରୀକ୍ଷା ବେଳେ ଦୌଡ଼ିବା ବେଳେ ଅସୁସ୍ଥ ହୋଇଥିଲେ ।
ଦୀପକ ଜୀବନ ଯୁଦ୍ଧରେ ହାରିଗଲେ- ଦୀପକଙ୍କୁ ଗୁରୁତର ଅବସ୍ଥାରେ MKCGରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ମେଡିକାଲ୍ ସୂତ୍ରରୁ ସୂଚନା ରହିଛି ।
ସକାଳେ ଜଣେ ପ୍ରାଣ ହରାଇଥିଲେ- ପ୍ରକାଶଥାଉକି, ଆଜି ସକାଳେ ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିଲା । ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀ ଟଳି ପଡିଥିଲେ । ଦୌଡୁଥିବା ସମୟରେ ସେଇଠି ଟଳିପଡିଥିଲେ ପରୀକ୍ଷାର୍ଥୀ ।
ମୃତକ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗାଁର ସୁଲନ୍ତ ମିଶାଲ । ଆଜି ସକାଳୁ ପାରଳାଖେମୁଣ୍ଡିରେ ଶାରିରୀକ ପରୀକ୍ଷା ବା ଫିଜିକାଲ ଟେଷ୍ଟ ଚାଲିଥିଲା । ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୌଡ ପରୀକ୍ଷା ଚାଲିଥିବା ବେଳେ ମୋଟ 7 ଜଣ ଗୁରୁତର ହୋଇଥିଲେ ।
ସୁଲନ୍ତ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆଉ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଆଉ ଜଣେ ପ୍ରାଣ ହରାଇଥିବା ଜଣାପଡିଛି ।