କାନ୍ଥରେ ଲଗାଗଲା ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର, ସୂଚନା ଦେଲେ ମିଳିବ ଏତିକି ଲକ୍ଷ

୩ ଆତଙ୍କୀଙ୍କ ପୋଷ୍ଟର ଜାରି

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାରେ ସଂପୃକ୍ତ ଆତଙ୍କୀଙ୍କ ପୋହ୍‌ଟର ଜାରି କରାଯାଇଛି। ସୁରକ୍ଷା ଏଜେନ୍ସିମାନେ ଏହି ପୋଷ୍ଟର ଜାରି କରିଛନ୍ତି। ପହଲଗାମରେ ଘଟିଥିବା ଆତଙ୍କୀ ହମଲାରେ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଧରାଯାଇ ନାହିଁ। ଏଥିପାଇଁ ସୁରକ୍ଷା ସୁରକ୍ଷା ଏଜେନ୍ସି ଏମାନଙ୍କର ଫଟୋକୁ କାନ୍ଥରେ ମାରିଛନ୍ତି।

ଏହିମାନଙ୍କର ଯିଏ ସୂଚନା ଦେବ ତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏଥିସହ ଏହା ମଧ୍ୟ କୁହାଯାଇଛି ଯେ, ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଦେଉଥିବା ଲୋକଙ୍କର ପରିଚୟ ଗୁପ୍ତ ରଖାଯିବ।

ଗତ ମାସରେ ପହଲଗାମର ବେସରାନ ଘାଟିରେ ହୋଇଥିବା ଆତଙ୍କୀ ହମଲାରେ ୨୬ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ୧୭ ଜଣ ଆହୁତ ମଧ୍ୟ ହୋଇଥିଲେ। ଆତଙ୍କବାଦୀମାବେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ।

ଏହାପରେ ଅପରେସନ ସିନ୍ଦୂର ଦ୍ୱାରା ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ପ୍ରକୃତ ଆତଙ୍କୀଙ୍କୁ ଧରାଯାଇପାରିନାହିଁ। ଏମାନଙ୍କୁ ଜୋର ସୋରରେ ଖୋଜିବା ଲାଗି ଏଜେନ୍ସି ଏବଂ ପୋଲିସକର୍ମୀ ଲାଗିପଡିଛନ୍ତି।