fbpx

ଅନ୍ୟ ମହିଳା ସହ ସ୍ୱାମୀକୁ ଦେଖିଲା ପତ୍ନୀ, ରାଗରେ ନିଜର ୫ ଛୁଆର ତଣ୍ଟି ଚିପିି ମାରି ଦେଲା!

ନୂଆଦିଲ୍ଲୀ: ଜର୍ମାନୀର ଜଣେ ମହିଳା ନିଜ ସ୍ୱାମୀର ଅନ୍ୟ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ରାଗରେ ଆସି ନିଜର ୫ଜଣ ସନ୍ତାନକୁ ମାରିଦେଇଛି । ତେବେ ମହିଳା ଜଣକ ନିଜର ପିଲାମାନଙ୍କୁ ମାରିବା ପୂର୍ବରୁ ନିଜ ସ୍ୱାମୀ ପାଖକୁ ମେସେଜ୍ କରିଥିଲେ । ସେଥିରେ ସେ ଲେଖିଥିଲେ ଯେ, କେବେ ବି ଆଉ ପିଲାମାନଙ୍କୁ ଦେଖିପାରିବ ନାହିଁ । କୋର୍ଟରେ ଏହି ମାମଲାରେ ପହଞ୍ଚିବା ପରେ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

ମିରର୍ ୟୁକେ ମୁତାବକ, ଅନ୍ୟଜଣେ ମହିଳାଙ୍କ ସହିତ ନିଜ ସ୍ୱାମୀଙ୍କ ଫଟୋ ଦେଖିବା ପରେ ୨୮ ବର୍ଷିୟ କ୍ରିଷ୍ଟିୟନ୍ ଖୁବ୍ ଜୋରରେ ରାଗି ଯାଇଥିଲେ । ସେ ସେପ୍ଟେମ୍ବର ୩, ୨୦୨୦ରେ ଜର୍ମାନୀର ସେଲିଙ୍ଗନ୍ ରେ ନିଜର ୫ଜଣ ସନ୍ତାନଙ୍କ ତଣ୍ଟିଚିପି ଦେଇଥିଲା । କ୍ରିଷ୍ଟିୟନଙ୍କର ୬ଟି ସନ୍ତାନ ରହିଛନ୍ତି ।

କୋର୍ଟ କହିଛନ୍ତି ଯେ, ହତ୍ୟା କରାଯାଇଥିବା ସମସ୍ତ ପିଲା ୧୧ ବର୍ଷରୁ କମ୍ । ପାଞ୍ଚ ଜଣଙ୍କର ବାଥ୍ ଟବ୍ ରେ ବୁଡି ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ପିଲାମାନଙ୍କୁ ନିଶା ପଦାର୍ଥ ଦିଆଯାଇଥିଲା । ତେବେ ପିଲାମାନଙ୍କୁ ମାରିବା ପରେ ମହିଳା ଜଣକ ଆତ୍ମହତ୍ୟା କରିବା ପାଈଁ ଡସେଲଡୋର୍ଫ ସେଣ୍ଟ୍ରାଲ୍ ଷ୍ଟେସନ୍ ରେ ଟ୍ରେନ୍ କୁ ଡେଇଁ ପଡ଼ିଥିଲେ । ହେଲେ ସେ ବଞ୍ଚିଯାଇଥିଲେ । ତେବେ କୋର୍ଟ ଉକ୍ତ ଅଭିଯୁକ୍ତ ମହିଳାକୁ ଆଜୀବନ କାରାଦଣ୍ଡର ସଜ୍ଜା ଶୁଣାଇଛନ୍ତି ।

Get real time updates directly on you device, subscribe now.