fbpx

ଏପରି ସ୍ୱପ୍ନ ଦେଖିବା ଦେଇଥାଏ ଧନଲାଭର ସଙ୍କେତ, ଲୋକଙ୍କ ଉପରେ ହେବ ଟଙ୍କାବର୍ଷା !

ଅନେକ ଲୋକ ରାତିରେ ଶୋଇବା ବେଳେ ଅନେକ ପ୍ରକାର ସ୍ୱପ୍ନ ଦେଖିଥାନ୍ତି । ଯାହାକୁ ଆମେ ସକାଳୁ ଭୁଲି ମଧ୍ୟ ଯାଉ । ସ୍ୱପ୍ନ କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ ।

କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଅଣଦେଖା ନକରି ଏହାର ଅର୍ଥ ବୁଝିବେ । ବେଳେ ବେଳେ ଲୋକେ ଏମିତି କିଛି ଅଜବ ସ୍ୱପ୍ନ ଦେଖନ୍ତି,ଯାହାର ଅର୍ଥ ବୁଝି ପାରିବା କଷ୍ଟସାଧ୍ୟ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନ ଶୁଭ କିମ୍ବା ଅଶୁଭ ଫଳ ଆଣିଥାଏ । ନିଦରେ ସ୍ୱପ୍ନ ଦେଖିବା ଅକାରଣ ନୁହେଁ । ବରଂ ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଶୁଭ ଅଶୁଭ କାର୍ଯ୍ୟର ସୂଚାନ ଦେଇଥାଏ । ସ୍ୱପ୍ନ ଶାସ୍ତ୍ରରେ କୁହାଯାଇଛି ଯେ କେମିତି ସ୍ୱପ୍ନ ଦ୍ୱାରା ଧନ ଲାଭର ସଂକେତ ମିଳିଥାଏ ।

ଦୀପ – ସ୍ୱପ୍ନରେ ଜଳୁଥିବା ଦୀପ ଦେଖିବା ଶୁଭ ସଂକେତ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏମିତି ସ୍ୱପ୍ନ ଦେଖିବା ଦ୍ୱାରା ଆପଣଙ୍କୁ କେଉଁଠୁ ଅଚାନକ ଧନ ପ୍ରାପ୍ତି ହୋଇପାରେ ।

ଅଂଗୁଠି – ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ସ୍ୱପ୍ନରେ ଆପଣ ନିଜକୁ ଅଂଗୁଠି ପିନ୍ଧୁଥିବାର ଦେଖନ୍ତି, ତ ଏହାର ସମ୍ପର୍କ ଧନ ଲାଭ ସହ ହୋଇଥାଏ ।

ଗୋଲାପ ଫୁଲ – ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ଅର୍ଥ ହେଉଛି ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ଦୟାଶୀଳ ଅଛନ୍ତି ଓ ଆପଣଙ୍କୁ ଧନ ଲାଭ ହୋଇପାରେ ।

ଦାନ୍ତ ଭାଙ୍ଗିଯିବା – ସ୍ୱପ୍ନରେ ଭାଙ୍ଗିଥିବା ଦାନ୍ତ ଦେଖିବା ସଂକେତ ଦେଇଥାଏ ଯେ ଆପଣଙ୍କୁ କିଛି ନୂଆ ସୁଯୋଗ ପ୍ରାପ୍ତ ହେବ ଓ ଏଥିସହିତ ଆପଣଙ୍କୁ ବହୁତ ଟଙ୍କା ମିଳିବାକୁ ଯାଉଛି ।

କାନ ଫୁଲ – ସ୍ୱପ୍ନରେ ଯଦି କାନଫୁଲ ଦେଖନ୍ତି କିମ୍ବା କାହାର କାନରେ କାନଫୁଲ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏମିତି ସ୍ୱପ୍ନ ଭବିଷ୍ୟତରେ ଧନ ଲାଭର ସଂକେତ ଦେଇଥାଏ ।

ସୁନା – ସ୍ୱପ୍ନରେ ଯଦି ସୁନା ଦେଖନ୍ତି ଏହା ବହୁତ ଶୁଭ ହୋଇଥାଏ । ଏମିତି ସ୍ୱପ୍ନ ଭବିଷ୍ୟତରେ ଧନ ଲାଭର ସଂକେତ ଦେଇଥାଏ । ଏହି ସ୍ୱପ୍ନ ସଂକେତ ଦେଇଥାଏ ଯେ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବରଷିବାକୁ ଯାଉଛି ।

ଟଙ୍କା ଗଣିବା – ଯଦି ସ୍ୱପ୍ନରେ ଟଙ୍କା ଗଣାଯିବା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସ୍ୱପ୍ନ ସଂକେତ ଦେଇଥାଏ ଯେ ଆଗାମୀରେ ଆପଣ ଧନ ଲାଭ କରିବାକୁ ଯାଉଛନ୍ତି ।

Get real time updates directly on you device, subscribe now.