fbpx

ଝିଅଟି ର ଟ୍ୟାଲେଣ୍ଟ ଦେଖି ପ୍ରଂଶସା ନ କରି ରହିପାରିଲେନି ମୋଦୀ, ଭିଡିଓକୁ କଲେ ନିଜ ଆକାଉଣ୍ଟରେ ସେୟାର

ନୂଆଦିଲ୍ଲୀ : ଏକ ଛୋଟ ଝିଅଟିର ଟ୍ୟାଲେଣ୍ଟ ଦେଖି ପ୍ରଂଶସା ନ କରି ରହି ପାରିଲେନି ମୋଦୀ । ଝିଅର ଟ୍ୟାଲେଣ୍ଟ ଯୋଗୁଁ ପ୍ରଂଶସାରେ ପୋତି ପକାଇବା ସହ ସେହି ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ୱୁଟର ଆକାଉଣ୍ଟରେ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏକ ଛୋଟ ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଝିଅଟି ଏକ ପିଆନୋ ବଜାଉଛି । ଏହା ସହ ମଝିରେ ମଝିରେ ସେ ମଧ୍ୟ ଗୀତ ଗାଉଛି । ଏହି ଭିଡିଓକୁ ୧୨ ଲକ୍ଷରୁ ଅଧକି ୟୁଜର୍ସ ଦେଖିସାରିଛନ୍ତି ।

ଝିଅଟିର ନାମ ଶାଲମାଲି । ତାଙ୍କର ମଧୁର ସ୍ୱର ଏବଂ ସୁନ୍ଦର ହସ ଲୋକଙ୍କ ହୃଦୟ ଜିତୁଛି । ତାଙ୍କ ପିଆନୋର ସ୍ୱର ଲୋକମାନଙ୍କୁ ବିସ୍ମିତ କରୁଛି । ବିଶେଷ କଥା ହେଉଛି ଶାଲମାଲି କେବଳ ଗୋଟିଏ ହାତରେ ପିଆନୋ ବଜାଉଛନ୍ତି। ତାଙ୍କର ଅସାଧାରଣ ପ୍ରତିଭା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.