ବାଂଲାଦେଶରୁ ଖେଳ! ବ୍ରିଟେନରେ ମନ୍ତ୍ରୀ ପଦ ଛାଡ଼ିଲେ ହସିନାଙ୍କ ଭାଣିଜୀ
ଇସ୍ତଫା ଦେଲେ ବ୍ରିଟେନର ଲେବର ପାର୍ଟି ସାଂସଦ ଟ୍ୟୁଲିପ୍ ସିଦ୍ଦିକ। ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ତଦନ୍ତ ପାଇଁ ଉଠିଥିଲା ଦାବି।
ନୂଆଦିଲ୍ଲୀ: ବ୍ରିଟେନର ଲେବର ପାର୍ଟି ସାଂସଦ ଟ୍ୟୁଲିପ୍ ସିଦ୍ଦିକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ରିଟେନରେ ଆର୍ଥିକ ଏବଂ ଦୁର୍ନୀତି ବିରୋଧୀ ମାମଲାର ଦୟିତ୍ୱ ତୁଲାଉଥିଲେ ।
ଟ୍ୟୁଲିପ୍ ସିଦ୍ଦିକ ହେଉଛନ୍ତି ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭାଣିଜୀ ।
ଶେଖ୍ ହସିନାଙ୍କ ଇସ୍ତଫା ପରେ ତାଙ୍କ ସହ ଆର୍ଥିକ ସମ୍ପର୍କକୁ ନେଇ ଉଠିଥିବା ପ୍ରଶ୍ନ ପରେ ଟ୍ୟୁଲିପ୍ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଝଟକା: ଟ୍ୟୁଲିପଙ୍କ ଇସ୍ତଫା ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର(Keir Starmer)ଙ୍କୁ ବଡ଼ ଝଟକା ଦେଇଛି ।
ପ୍ରଧାନମନ୍ତ୍ରୀ ତାଙ୍କ ବୟାନରେ କହିଛନ୍ତି କି ଟ୍ୟୁଲିପ୍ ସିଦ୍ଦିକଙ୍କ ବିରୋଧରେ ମନ୍ତ୍ରୀ ସଂହିତାର କୌଣସି ଉଲ୍ଲଂଘନର ମାମଲା ମିଳିନାହିଁ କିମ୍ବା ତାଙ୍କ ଦ୍ୱାରା ଆର୍ଥିକ ଅନିୟମିତତାର କୌଣସି ପ୍ରମାଣ ମିଳିନାହିଁ ।
ସେ ଟ୍ୟୁଲିପଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଆଗକୁ ବଢ଼ିବା ପାଇଁ ତାଙ୍କ ପାଇଁ ଦ୍ୱାର ସର୍ବଦା ଖୋଲା ରହିବ ।
ଯାଞ୍ଚ୍ ଅଭିଯୋଗ: ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଟ୍ୟୁଲିପଙ୍କ ବିରୋଧରେ ଦୁର୍ନୀତି ଏବଂ ମନିଲଣ୍ଡରିଂ ମାମଲାକୁ ନେଇ ତଦନ୍ତ ଚାଲିଛି ।
ନିକଟରେ ସମ୍ପ୍ରତି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶେଖ୍ ହସିନାଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ସମ୍ପତ୍ତି ବିଷୟରେ ପ୍ରଶ୍ନ ଉଠାଇଥିଲେ ।
ଏହା ପରେ ଟ୍ୟୁଲିପ୍ ବହୁତ ଚାପଗ୍ରସ୍ତ ରହୁଥିଲେ ।
ମହମ୍ମଦ ୟୁନୁସଙ୍କ ଅଭିଯୋଗ: ବାଂଲାଦେଶର ପୂର୍ବତନ ସରକାରଙ୍କ ତରଫରୁ ଟ୍ୟୁଲିପକୁ ଦିଆଯାଇଥିବା ସମ୍ପତ୍ତି ବେଆଇନ୍ ଭାବେ ଉପହାର ଦିଆଯାଇଛି ।
ଅଭିଯୋଗର ଖଣ୍ଡନ: ଟ୍ୟୁଲିପ୍ ତାଙ୍କ ଉପରେ ଲାଗିିଥିବା ସମସ୍ତ ଅଭିଯୋଗର ଖଣ୍ଡନ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, ‘ମୁଁ ମନ୍ତ୍ରୀ ଆଚରଣ ସଂହିତା ଉଲ୍ଲଂଘନ କରିନାହିଁ ।
ସମସ୍ତ ମାମଲାର ଯାଞ୍ଚ୍ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ କରାଯାଇଛି ଏବଂ ଅଧିକାରୀଙ୍କ ପରାମର୍ଶ ପାଳନ କରିଛନ୍ତି ।’
କାର୍ଯ୍ୟରେ ଅନିୟମିତତା ନେଇ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ ।