ମୁଁ ତୁମକୁ କାମୁଡ଼ିବିନି… ସିନେଟରଙ୍କ ସ୍ୱାମୀ କମଲାଙ୍କ ସହ ହାତ ମିଳାଇବାକୁ କଲେ ମନା (Video)ରେ ଦେଖନ୍ତୁ ପ୍ରକୃତରେ କ’ଣ ଘଟିଥିଲା…
ହ୍ୟାଣ୍ଡସେକକୁ ନେଇ ଲଜ୍ଜିତ ହେଲେ କମଲା । ସୋସିଆଲ ମିଡିଆରେ ଜୋର ଧରିଲା ଆଲୋଚନା ।
ୱାଶିଂଟନ୍: ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କମଲା ଅପଦସ୍ତ ହେଉଥିବାର ଦେଖିବାକୁ ମିଳିଛି ।
ରିପବ୍ଲିକାନ୍ ପାର୍ଟିର ସିନେଟର ଡେବ୍ ଫିସ୍କରଙ୍କ ସ୍ୱାମୀ ବ୍ରୁସ୍ ଫିସର କମଲାଙ୍କ ସହ ହାତ ମିଳାଇବାକୁ ତାଙ୍କ ମୁହଁରେ ମନା କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିିଡିଆରେ ଖୁବ୍ ଭାଇରାଲ ହେଉଛି ।
ଆଖି ମିଳେଇଲେନି ସିନେଟରଙ୍କ ସ୍ୱାମୀ: ଘୁରିବୁଲୁଥିବା ଭିଡିଓ ଅନୁସାରେ ଡେବ୍ଙ୍କ ସହ କଥା ହୋଇସାରିବା ପରେ କମଲା ତାଙ୍କ ସ୍ୱାମୀ ବ୍ରୁସଙ୍କ ଆଡକୁ ହାତ ବଢ଼ାଇଥିଲେ ହ୍ୟାଣ୍ଡସେକ୍ ପାଇଁ କିନ୍ତୁ, ସେ ସିଧା ସିଧା ହାତ ମିଶାଇବାକୁ ମନା କରି ଦେଇଥିଲେ।
ଏହାର ଜବାବରେ କମଲା କହିଥିଲେ, ଓକେ…. ମୁଁ କାମୁଡିବି ନାହିଁ…. ବ୍ୟସ୍ତ ହୁଅନ୍ତି ।
କମଲାଙ୍କ କଥା ଶୁଣି ବ୍ରୁସ୍ ହସିଥିଲେ କିନ୍ତୁ ତାଙ୍କ ମୁହଁକୁ ଚାହୁଁ ନ ଥିଲେ କି ପ୍ରତିଉତ୍ତର ଦେଇ ନଥିଲେ ।
ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିପକ୍ଷରେ ଲଢ଼ିଥିଲେ, କମଲା ହାରିସ୍ । ଭାରତୀୟ ବଂଶୋଦ୍ଭବ କମଲାଙ୍କୁ କିନ୍ତୁ ଆଶାନୁରୂପ ଭୋଟ୍ ମିଳି ନ ଥିଲା । ନିର୍ବାଚନରେ ଟ୍ରମ୍ପଙ୍କୁ ବିଜୟ ମିଳିଥିଲା ।
GOP Senator Deb Fischer’s husband, Bruce, refuses to shake Vice President Kamala Harris’s hand after her swearing-in. Truly classless. pic.twitter.com/a0ZQuDV0t0
— Republicans against Trump (@RpsAgainstTrump) January 6, 2025