fbpx

Big Breaking: ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ସମଗ୍ର ଓଡ଼ିଶା ପାଇଁ ଏକ ଦୁଃଖଦ ଖବର । ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ଏଚଓଡି ଥିଲେ । ୬୯ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ଘଟିଛି । ଗତ ୨୧ ତାରିଖ ଦିନ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ଏହାପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ବି ତାଙ୍କର ହାର୍ଟଆଟାକ ଆସିଥିଲା ବୋଲି କୁହାଯାଉଛି । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତ ମଧ୍ୟ ରାତ୍ରୀରେ ତାଙ୍କର ଦେହାନ୍ତ ହୋଇଛି ବୋଲି ଖବର ଆସିଛି । ତାଙ୍କର ନିମୋନିଆ ଯୋଗୁଁ ଫୁସଫୁସ ଆକ୍ରାନ୍ତ ହୋଇଥିଲା । ପ୍ରଦୀପ ସାର ବ୍ରହ୍ମପୁରର ଐତିହ୍ୟ ଉପରେ ସବୁବେଳେ ଆଲୋଚନା କରନ୍ତି । ବ୍ରହ୍ମପୁରର ଲୁକାୟିତ କଥାକୁ ସେ ବ୍ରହ୍ମପୁର ଡାଏରୀରେ ପ୍ରକାଶ କରନ୍ତି । ଏଥିସହ ତାଙ୍କର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ଗଣମାଧ୍ୟମରେ କାମ କରୁଛନ୍ତି । ସାମ୍ବାଦିକ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ ।

Get real time updates directly on you device, subscribe now.