fbpx

ପ୍ରାରମ୍ଭିକ ଟ୍ରେଡରେ ୬୦୦ ପଏଣ୍ଟ ଖସିଲା ଶେୟାର ବଜାର: ନିବେଶକଙ୍କ ୨ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାର ତଳୁଆ ରହିଥିବା ବେଳେ ନିବେଶକଙ୍କୁ ଲାଗିଛି ବହୁତ ବଡ କ୍ଷତି । ଦିନର ପ୍ରାରମ୍ଭିକ ଟ୍ରେଡରେ ଷ୍ଟକ୍ ମାର୍କେଟ୍ ୬୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ଦଲାଲ୍ ଷ୍ଟ୍ରିଟରେ ହୋଇଛି ରକ୍ତପାତ । ଦିନର ପ୍ରଥମ ଘଣ୍ଟାର ଟ୍ରେଡରେ ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନସେକ୍ସ ୬୧୪.୫୦ ପଏଣ୍ଟ ତଳକୁ ଖସିଥିଲା । ୧.୦୭ %ହ୍ରାସ ସହିତ ଏହ ୫୬୨୮୨.୬୫ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟି ୧୮୦.୫୦ ପଏଣ୍ଟ ତଳକୁ ଖସିବା ସହିତ ୧୭ ପଏଣ୍ଟ ତଳକୁ ଖସିଛି । ଶୁକ୍ରବାର ମଧ୍ୟ ଉଭୟ ସେନସେକ୍ସ ଓ ନିଫଟି ୧% ତଳୁଆ ରହିଥିଲା ।

ଫେଡେରାଲ ରିଜର୍ଭରେ ନିବେଶକଙ୍କୁ ଝଟକା ସହିତ ରିଲାଏନ୍ସ-ଫ୍ୟୁଚର୍ ଗ୍ରୁପ୍ ଡିଲ୍ କ୍ୟାନ୍ସଲ ହେବା କାରଣରୁ ପ୍ରଭାବିତ ହୋଇଛି ଭାରତୀୟ ଶେୟାର ବଜାର । ଏହି ସମୟରେ ଜାପାନର ନିକ୍କି ମଧ୍ୟ ୧.୬ ପ୍ରତିଶତ ତଳୁଆ ରହିଛି । ନିଫଟି-୫୦ରେ ରହିଥିବା ୫୦ଟି ଶେୟାର ମଧ୍ୟରୁ ୪୯ଟିର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଥିଲା । ଏକମାତ୍ର ଆଇସିଆଇସିଆଇ ୧.୫ ପ୍ରତିଶତ ଉପରେ ରହିଥିଲା । ପ୍ରଥମ ତ୍ରୈମାସିକରେ ୭୦୧୮.୭୧ କୋଟିର ନେଟ୍ ଲାଭ ହାସଲ କରିବା କାରଣରୁ ଆଇସିଆଇସିଆଇର ଶେୟାର ମୂଲ୍ୟ ଉପରେ ରହିଥିଲା ।

ତେବେ ରିଲାଏନ୍ସ ସହିତ ଡିଲ୍ କ୍ୟାନ୍ସଲ୍ ହେବାରୁ ଫ୍ୟୁଚର୍ ଗ୍ରୁପର ୩ଟି ଯାକ ଶେୟାର ମୂଲ୍ୟ ମାଟି କାମୁଡିଛି । ଫ୍ୟୁଚର ଗ୍ରୁପର ସିକ୍ୟୁରଡ୍ କ୍ରେଡିଟର୍ ମାନେ ରିଲାଏନ୍ସ ବିପକ୍ଷରେ ଭୋଟ୍ ଦେବାରୁ ୨୪ ହଜାର ୭୧୩ କୋଟିର ଡିଲରୁ ଓହରି ଯାଇଥିଲା ରିଲାଏନ୍ସ । ରିଲାଏନ୍ସ ଓହରିବା ସହିତ ସୋମବାର ଫ୍ୟୁଚର ରିଟେଲ ଶେୟାର ମୂଲ୍ୟ ୫ ପ୍ରତିଶତ, ଫ୍ୟୁଚର କଞ୍ଜ୍ୟୁମର୍ ଶେୟାର ମୂଲ୍ୟ ୧୯.୪ ପ୍ରତିଶତ ଏବଂ ଫ୍ୟୁଚର୍ ଏଣ୍ଟର ପ୍ରାଇଜେସର ଅଂଶଧନ ମୂଲ୍ୟରେ ୯.୫ % ହ୍ରାସ ଘଟିଥିଲା । ଏହି ଚୁକ୍ତି କ୍ୟାନ୍ସଲ ହେବା ସହିତ ଫ୍ୟୁଚର୍ ଗ୍ରୁପ ଦେବାଳିଆ ସ୍ଥିତିରେ ପହଞ୍ଚି ଯାଇଛି ।

Get real time updates directly on you device, subscribe now.