fbpx

ସେପ୍ଟେମ୍ବର ୨୮ ସରକାରୀ ଛୁଟି ଘୋଷଣା: ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ ବନ୍ଦ ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୮ ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖ ଶୁକ୍ରବାର ବଦଳରେ ୨୮ ତାରିଖ ଗୁରୁବାର ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ତେଣୁ ଗୁରୁବାର ଦିନ ରାଜ୍ୟର ସରକାରୀ ଅଫିସ, ରାଜସ୍ୱ ଓ ଅଦାଲତୀ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଛୁଟି ପରିବର୍ତ୍ତନ ନେଇ ଘୋଷଣା କରିଥିଲେ । ଚଳିତ ବର୍ଷ ଜୁଲାଇ ୨୮ ତାରିଖରେ ମୁସଲମାନ ସମ୍ପ୍ରଦାୟର ବଳିଦାନ ପର୍ବ ମହରମ ପଡ଼ୁଥିଲା । ମାତ୍ର ରାଜ୍ୟ ସରକାର ଜୁଲାଇ ମାସ ୨୯ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଥିଲେ । ମହରମ ଛୁଟି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ଅବସରରେ ୨୯ ତାରିଖ ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ନେଇ ଘୋଷଣା କରାଯାଇଥିଲା ।

ଏଥିସହିତ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତି ସମୟରେ ରାଜ୍ୟ ସରକାର ଛୁଟି ଘୋଷଣା କରିଥାନ୍ତି । ଗତ ଅଗଷ୍ଟ ୩ ତାରିଖରେ ସରକାରୀ ଛୁଟି ଘୋଷଣା କରାଯାଇଥିଲା । ବର୍ଷା ଓ ବନ୍ୟା ସ୍ଥିତି କାରଣରୁ ରାଜ୍ୟର ୯ଟି ଜିଲ୍ଲାର ସରକାରୀ ଓ ବେସରକାର ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ବିନା ଅନୁମତିରେ କୌଣସି ସରକାରୀ କର୍ମଚାରୀ ଛୁଟିରେ ଯାଇପାରିବେ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.