fbpx

ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା: ନିଜ ଆଡ଼ୁ ତଦନ୍ତ କରିବ ଭିନ୍ନକ୍ଷମ କମିଶନ

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନ । ତେବେ ଏହି ମାମଲା ପଦାକୁ ଆସିବା ପରେ ଏ ମାମଲା ରୁଜୁ କରି ତଦନ୍ତ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ସିନାପାଲ୍ଲୀ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀ ପଲାସପଲ୍ଲୀ ସ୍ଥିତ ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ସଂସ୍ଥାରେ ଚାକିରି କରୁଥିଲେ । ତାଙ୍କୁ ନିୟମିତ ଦରମା ପ୍ରଦାନରେ ଅବହେଳା କରାଯିବା ସହ ବିଭିନ୍ନ ପ୍ରକାର ଲୋଭ ଦେଖାଉଥିଲେ । କରୋନା ସମୟରେ ଯୁବତୀ ଅଫିସରେ ରହିବା ସମୟରେ ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେଇଥିଲା । ଶେଷରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.