fbpx

ଲଜ୍ଜା ! ଅଧ୍ୟାପକଙ୍କୁ ମୁଥା ମାରି ମୁହଁଁ ଫଟାଇଲେ ଛାତ୍ର

Advertisement

ଭୁବନେଶ୍ୱର : ସମୟ ଥିଲା ସାରଙ୍କ ମାଡରେ ଛାତ୍ରଛାତ୍ରୀଙ୍କ ହାତ ଫାଠି ଯାଉଥିଲା । ପିଠିରେ ନୋଳା ବସୁଥିଲା । କିନ୍ତୁ ଏବେ ସମୟ ବଦଳିଛି , ଶିକ୍ଷକ ଶିକ୍ଷୟତ୍ରୀଙ୍କ ମାଡରେ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମାଡରେ ଜଣେ ଅଧ୍ୟାପକ ଗୁରୁତର ହୋଇଛନ୍ତି । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ଝାରସୁଗୁଡା ଜିଲାରେ ।

ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାପାଲି ପିକେଏସଏସ କଲେଜରେ ଏହି ଅଭାବନୀୟ ଘଟଣା ଘଟିଛି । କୌଣସି ଏକ କଥାକୁ ନେଇ ଅଧ୍ୟାପକ ବାରଣ କରିବାରୁ ଛାତ୍ର ଜଣଙ୍କ କ୍ରୋଧରେ ତାଙ୍କ ମୁହଁକୁ ମୁଥା ମାରିଥିଲା । ଗୁରୁତର ଅବସ୍ଥାରେ ଅଧ୍ୟାପକଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟରେ ଉଦ୍ଧତ ଛାତ୍ରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.