୩୦ ବର୍ଷ ପରେ ଶନିଙ୍କ ବିରଳ ନବପଞ୍ଚମ ରାଜଯୋଗ, ଏହି ୪ ରାଶିଙ୍କର ଆରମ୍ଭ ହେବ ଗୋଲ୍ଡେନ ଟାଇମ୍

30 ବର୍ଷ ପରେ ଶନି ଏବଂ ବୁଧଦେବଙ୍କ ନବପଞ୍ଚମ ରାଜଯୋଗ ବନିବାକୁ ଯାଉଛି । ଏହି ରାଜଯୋଗ ଦ୍ବାରା କିଛି ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

ଓଡ଼ିଶା ଭାସ୍କର: ମଙ୍ଗଳ ପରେ ଶନି ହେଉଛନ୍ତି ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ଗ୍ରହ । ଜୀବନରେ ଶନିଙ୍କ ଚଳନ ବେଶ ଗୁରୁତ୍ବ ବହନ କରିଥାଏ । ଆଉ ରାଶିଙ୍କ ମଧ୍ୟରେ ଶନିଙ୍କ ପ୍ରବେଶ  ଖରାପ ଓ ଭଲ ଉଭୟ ପ୍ରଭାବ ପକାଇଥାଏ ।

ଜ୍ୟୋତିଷ ଶାସ୍ତ୍ରରେ, ଶନି ଗ୍ରହର ଏହି ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ରାଶି ପରିବର୍ତ୍ତନ ବ୍ୟକ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥାଏ। ଆଉ ଭଲ ଏବଂ ଖରାପ ଉଭୟ ପରିସ୍ଥିତି ଦେଖିବାକୁ ମିଳିଥାଏ । ବିଶେଷ କରି ରାଶିମାନଙ୍କ ସ୍ଥିତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିଥାଏ ।

୩୦ ବର୍ଷ ପରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି

ତେବେ 30 ବର୍ଷ ପରେ ଶନି ଏବଂ ବୁଧଦେବଙ୍କ ନବପଞ୍ଚମ ରାଜଯୋଗ ବନିବାକୁ ଯାଉଛି । ଏହି ରାଜଯୋଗ ଦ୍ବାରା କିଛି ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ଏହା ସହିତ କିଛି ରାଶିମାନଙ୍କର ଅକସ୍ମାତ ଧନଲାଭ ଏବଂ ଭାଗ୍ୟ ଉଦୟ ହେବାକୁ ଯାଉଛି । ଏପରିକି ବେରୋଜଗାରମାନଙ୍କର ଚାକିରି ବି ଲାଗିପାରେ । ତେବେ ଚାଲନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ ।

ମିଥୁନ ରାଶି- ବୁଧ ଓ ଶନିଙ୍କ ମଧ୍ୟରେ ନବପଞ୍ଚମ ଯୋଗ କାରଣରୁ ମିଥୁନ ରାଶି ପାଇଁ ଏହାର ପ୍ରଭାବ ବେଶ୍ ଭଲ ରହିବ। ଏହି ଅବଧି ମଧ୍ୟରେ, ଅର୍ଥ ବିନିଯୋଗ ଏହି ରାଶି ପାଇଁ ଅଭିବୃଦ୍ଧି ଘଟାଇବ। ଆକସ୍ମିକ ଭାବେ କୌଣସି ସ୍ଥାନରୁ ଧନ ଲାଭ ହେବାର ସମ୍ଭାବନା ରହିଛି । ନୂଆ ଚାକିରି ମିଳିବାର ଯୋଗ ରହିଛି ।

ଧନୁ ରାଶି– ଶନି ଗୋଚର ଯୋଗୁଁ ପଞ୍ଚମ ଗ୍ରହରେ ସବୁକିଛି ଭଲ ରହିବ। ଇଚ୍ଛାକୃତ କାର୍ଯ୍ୟଗୁଡ଼ିକ ପୂରଣ ହେବ। ଶନିବାର ନିୟମ ଅନୁସରଣ କରନ୍ତୁ। ପାରିବାରିକ ଜୀବନ ବେଶ୍‌ ସୁଖମୟ ହେବ । ଦୀର୍ଘ ଦିନ ହେଲା ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆର୍ଥିକ ଅଭାବ ପୂରଣ ହେବ ।

କୁମ୍ଭ ରାଶି- କୁମ୍ଭ ରାଶିରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଏହାର ପ୍ରଭାବରେ କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଏହି ସମୟରେ ଦୀର୍ଘ ଦିନରୁ ଛନ୍ଦି ହୋଇଥିବା ମାମଲାରେ ନ୍ୟାୟ ମିଳିବା ସହ ପରିବାରର ସମର୍ଥନ ପାଇବେ । ହଠାତ୍ ଧନ ସମ୍ପତ୍ତି ମିଳିପାରେ । ଚାକିରି କ୍ଷେତ୍ରରେ ପ୍ରମୋସନ ମିଳିପାରେ ।

ମୀନ ରାଶି: ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପରିବାରରେ ଲାଗି ରହିଥିବା ବାଦ ବିଦାଦର ସମାଧାନ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି ସ୍ଥାନକୁ ବୁଲିବା ପାଇଁ ଯାଇପାରନ୍ତି ।