fbpx

ଧନତେରସ୍ ଦିନ ଶନିଦେବଙ୍କ ଗତିରେ ହେବ ପରିବର୍ତ୍ତନ: ଚମକିଯିବ ୫ ରାଶି ଲୋକଙ୍କ ଭାଗ୍ୟ

୨୩ ଅକ୍ଟୋବର ୨୦୨୨ ରେ ଶନିଙ୍କ ଗତି ପରିବର୍ତ୍ତନ ହେବ । ଏହି ଦିନ ଧନତେରସ୍ ଥିବାରୁ ଗ୍ରହଙ୍କ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଧନତେରସରେ ଶନିଗ୍ରହଙ୍କ ଗତି ବଦଳାଇବାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । ଅବଶ୍ୟ ଏହି ଦିନ ଶନି ଗ୍ରହଙ୍କ ସ୍ଥିତି ବଦଳିବାରୁ କିଛି ରାଶିର ଲୋକଙ୍କୁ ଆର୍ଥିକ ଲାଭ ମିଳିପାରେ । ଆସନ୍ତୁ ଜାଣିବା କେଉଁ କେଉଁ ରାଶି…

ମେଷ :-
ମେଷ ରାଶିର ଲୋକଙ୍କ ପାଇଁ ଶନିଙ୍କ ଗତି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଉଛି । ଧନତେରସରେ ଶନି ଗ୍ରହଙ୍କ ଗତି ପରିବର୍ତ୍ତନ ଯୋଗୁଁ ମେଷ ରାଶିର ଲୋକଙ୍କ ବ୍ୟବସାୟ ଆଗକୁ ବଢ଼ିପାରେ । ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାର ସଙ୍କେତ ରହିଛି ।

ସିଂହ :-
ସିଂହ ରାଶିର ଲୋକମାନଙ୍କୁ ଶନିଙ୍କ ପତି ପରିବର୍ତ୍ତନ ଯୋଗୁଁ ଅନେକ ଫାଇଦା ମିଳିବ । କ୍ୟାରିୟରରେ ନୂଆ ସୁଯୋଗ ପାଇପାରିବେ । ହେଲେବି ଏହି ସମୟ ମଧ୍ୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି ।

ତୁଳା:-
ତୁଳା ରାଶିର ଲୋକମାନେ ଧନତେରସ ଦିନରେ ଭଲ ଖବର ପାଇପାରିବେ । ଶନିଗ୍ରହଙ୍କ ଗତି ପରିବର୍ତ୍ତନ ଯୋଗୁଁ ଆପଣଙ୍କୁ ଅଚାନକ୍ ଧନଲାଭର ଯୋଗ ରହିଛି । ଧନତେରସରେ ସୁନା କିଣିବା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ବିଛା :-
ଶନିଙ୍କ ଗତି ପରିବର୍ତ୍ତନ ହେବା ବିଛା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଏହି ସମୟ ମଧ୍ୟରେ ଆପଣଙ୍କୁ ଯାନର ସୁଖ ମିଳିପାରିବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଭାଇ ଓ ଭଉଣୀମାନଙ୍କର ସମର୍ଥନ ପାଇବେ । ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ସଫଳ ହେବ ।

ମୀନ:-
ମୀନ ରାଶିର ଲୋକମାନଙ୍କ ପାଇଁ ଶନିଙ୍କ ମାର୍ଗ ପରିବର୍ତ୍ତନ ଅତ୍ୟନ୍ତ ଲାଭଦାୟକ ହେବ । ଏହି ସମୟ ମଧ୍ୟରେ ଆପଣଙ୍କୁ ନିଜ କ୍ୟାରିଅରରେ ସୁବର୍ଣ୍ଣ ସୁଯୋଗ ମିଳିପାରେ । ଶନିଙ୍କ ଶୁଭ ପ୍ରଭାବ ଯୋଗୁଁ ଆପଣଙ୍କର ଅଟକିଯାଇଥିବା କାମ ସହଜରେ ହୋଇଯିବ ।

Get real time updates directly on you device, subscribe now.