ଶନି ଅମାବାସ୍ୟାରେ ଏହି ୩ ରାଶି ରୁହନ୍ତୁ ସତର୍କ, ଷଡାଷ୍ଟକ ଯୋଗ ଆପଣଙ୍କ ପାଇଁ ବିପଦପୂର୍ଣ୍ଣ

ଶନି ଅମାବାସ୍ୟା ଆଜି, ଏହି ରାଶି ରୁହନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ଷଡାଷ୍ଟକ ଯୋଗ ବୈଦିକ ଜ୍ୟେତିଷରେ ଏକ ‘ଦୁର୍ଭାଗ୍ୟ’। ଏହା ସେତେବେଳେ ଗଠନ ହୋଇଥାଏ, ଯେତେବେଳେ ଦୁଇ ଗ୍ରହ ମଧ୍ୟରେ ସେମାନଙ୍କ ସ୍ଥିତି ୬ଷ୍ଠ ବା ୮ମ ଭାବର ସମ୍ବନ୍ଧ ହୋଇଥାଏ। ଏହି ଯୋଗର ଅଶୁଭ ପ୍ରଭାବ ଯୋଗୁଁ ଆର୍ଥିକ କ୍ଷତି, ମାନସିକ ଅଶାନ୍ତି, ଚାକିରିରେ ସମସ୍ୟା ବୃଦ୍ଧି ହୋଇଥାଏ।

୨୩ ଅଗଷ୍ଟରେ ଶନି ଏବଂ ସୂର୍ଯ୍ୟ ଅପରାହ୍ଣ ୪ଟା ୩୨ରେ ୧୫୦ ଡିଗ୍ରୀରେ ରହି ଷଡାଷ୍ଟକ ଯୋଗର ନିର୍ମାଣ କରିବେ। ଏଥିରେ କର୍କଟ, ମୀନ ଏବଂ ମିଥୁନ ରାଶିର ଲୋକେ ଖୁବ ସାବଧାନ ରହିବା ଆବଶ୍ୟକ।

କର୍କଟ ରାଶି: ଏହି ଲୋକମାନେ ନିଜ କାମରେ ବାରମ୍ବାର ବାଧାପ୍ରାପ୍ତର ଶିକାର ହୋଇପାରନ୍ତି। ଭାଗ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା ପରିବର୍ତ୍ତେ, କଠିନ ପରିଶ୍ରମ ଏବଂ ଧର୍ଯ୍ୟ ସହିତ ଆଗକୁ ବଢ଼ନ୍ତୁ। ତେବେ ହିଁ ଆପଣ ସଫଳତା ପାଇବେ। ପିତାଙ୍କ ସହ ସମ୍ପର୍କ ଖରାପ ହୋଇପାରେ। ପ୍ରେମ ଜୀବନ ବିପଦରେ ଅଛି।

ମିଥୁନ ରାଶି: ଶନି ଅମାବାସ୍ୟାରେ ସୃଷ୍ଟି ହେଉଥିବା ଖରାପ ଯୋଗ ମିଥୁନ ରାଶିର ବ୍ୟକ୍ତିଙ୍କ ବୈବାହିକ ଜୀବନରେ ଝଗଡା ସୃଷ୍ଟି କରିବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।

ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ। ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରିବାକୁ ପଡିବ।

ମୀନ ରାଶି: ଏହି ରାଶି ପାଇଁ ବର୍ତ୍ତମାନର ସମୟ ଚ୍ୟାଲେଞ୍ଜିଂ ରହିବ। ବ୍ୟବସାୟ କିମ୍ବା ଚାକିରିରେ ଆପଣଙ୍କୁ ସାଧାରଣ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ, ଫଳାଫଳ ତୁରନ୍ତ ମିଳିବ ନାହିଁ। କୌଣସି ପ୍ରକାରର ନିବେଶରୁ ଦୂରେଇ ରୁହନ୍ତୁ। ଭାବପ୍ରବଣତାରେ ବିଶ୍ୱାସ କରନ୍ତୁ ନାହିଁ। ଆର୍ଥିକ କ୍ଷତି ହୋଇପାରେ।