fbpx

ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଏସଏସ ବଦ୍ରିନାଥଙ୍କ ପରଲୋକ: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡାକ୍ତର ଏସଏସ ବଦ୍ରିନାଥ ଆଉ ନାହାନ୍ତି । ୮ ବର୍ଷ ବୟସରେ ବଦ୍ରିନାଥଙ୍କ ପରଲୋକ ଘଟିଛି । ଶଙ୍କର ନେତ୍ରାଳୟ ଦେଶର ସର୍ବବୃହତ ଚାରିଟେବଲ ଆଖି ହସ୍ପିଟାଲ ଭାବେ ଜଣାଶୁଣା ଥିଲା । ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବଦ୍ରିନାଥ ଉତ୍ତମ ଚିକିତ୍ସା ଯୋଗାଇ ଆସୁଥିଲେ । ବଦ୍ରିନାଥଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାମିଲନାଡ଼ୁ ପ୍ରଦେଶ କଂଗ୍ରେସ ଉପସଭାପତିଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ବଦ୍ରିନାଥ ୧୯୪୦ ମସିହା ଫେବୃଆରୀ ମାସ ୨୪ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ସେ ମାଡ୍ରାସ ମେଡିକାଲ କଲେଜରୁ ଶିକ୍ଷା ଗ୍ରହଣ କରିଥିଲେ । ୧୯୬୩ ଓ ୧୯୬୮ ମଧ୍ୟରେ ସେ ଗ୍ରାସଲାଣ୍ଡ ହସ୍ପିଟାଲ, ନ୍ୟୁୟର୍କ ୟୁନିଭରସିଟି ପୋଷ୍ଟ ଗ୍ରାଜୁଏଟ ସ୍କୁଲ ଓ ବ୍ରୁକଲିନ ଆଇ ଆଣ୍ଡ ଇୟର ଇନଫର୍ମରୀରେ ଆଖି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଥିଲେ । ଆମେରିକାରେ ଡା. ବାସନ୍ତୀଙ୍କ ସହିତ ସାକ୍ଷାତ ହେବା ପରେ ୧୯୭୦ ମସିହା ପର୍ଯ୍ୟନ୍ତ ବଦ୍ରିନାଥ ମାସାଚୁସେଟ୍ ଆଣ୍ଡ ଆର୍ଡ ଇୟର ଇନଫର୍ମରୀ, ବୋଷ୍ଟନରେ କାର୍ଯ୍ୟ କରିଥିଲେ । ସେ ଏକସଙ୍ଗେ ରୟାଲ କଲେଜ ଅଫ୍ ସର୍ଜନ୍ସ (କାନାଡ଼ା)ର ଫେଲୋ ଓ ନେତ୍ର ବିଜ୍ଞାନରେ ଆମେରିକୀୟ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

୧୯୭୦ରେ ବଦ୍ରିନାଥ ପରିବା ସହ ଭାରତ ଆସିଥିଲେ । ୬ ବର୍ଷ ପର୍ଯ୍ୟନ୍ତ ସେ ସ୍ୱେଚ୍ଛାକୃତ ସ୍ୱାସ୍ଥ୍ୟସେବା ଅଡ୍ୟାରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ଏଚଏମରେ ନେତ୍ର ବିଜ୍ଞାନ ଓ ଭିଟ୍ରୋରେଟିନଲ ସର୍ଜରୀରେ ବ୍ୟକ୍ତିଗତ ପ୍ରାକ୍ଟିସ ସେଣ୍ଟର ଖୋଲିଥିଲେ । ୧୯୭୮ରେ ବଦ୍ରିନାଥ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନର ସ୍ଥାପନା କରିଥିଲେ । ଉକ୍ତ ଫାଉଣ୍ଡେସନର ଏକ ୟୁନିଟ୍ ଭାବେ ଶଙ୍କର ନେତ୍ରାଳୟ ହସ୍ପିଟାଲ ଏକ ଅଣଲାଭକାରୀ ନେତ୍ର ସଂଗଠନ ଭାବେ କାର୍ଯ୍ୟ କରିଥିଲା ।

Get real time updates directly on you device, subscribe now.