fbpx

ଜେଡ୍ ପ୍ଲସ୍ ସିକ୍ୟୁରିଟି ପାଇଁ ମନା କରିଦେଲେ ଶରଦ ପାୱାର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏସପି)ର ଅଧ୍ୟକ୍ଷ ଶରଦ ପାୱାର ଜେଡ୍ ପ୍ଲସ୍ ସିକ୍ୟୁରିଟି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଛି । ନିକଟରେ କେନ୍ଦ୍ର ସରକାର ଶରଦ ପାୱାରଙ୍କ ସିକ୍ୟୁରିଟି ବୃଦ୍ଧି କରିଥିଲେ । କିନ୍ତୁ ବର୍ତ୍ତମାନ ଏଥିପାଇଁ ମନା କରିଦେଇଛନ୍ତି ଶରଦ ପାୱାର । ସେ ସୁରକ୍ଷା ବଳର ଗାଡ଼ି ନେବା ପାଇଁ ମଧ୍ୟ ମନା କରିଦେଇଛନ୍ତି ।

ଶରଦ ପାୱାରଙ୍କ କହିବାନୁଯାୟୀ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା କାହିଁକି ଦିଆଯାଉଛି ଯେ ବୁଝିପାରୁନାହାଁନ୍ତି । ଗୃହ ମନ୍ତ୍ରଣାଳୟଙ୍କ ଏହା ପଛରେ ଥିବା ଉଦ୍ଦେଶ୍ୟ ସେ ଜାଣି ନାହାଁନ୍ତି । ଅଧିକାରୀଙ୍କ କହିବାନୁଯାୟୀ ତାଙ୍କ ବ୍ୟତୀତ ଅନ୍ୟ ୨ ଜଣଙ୍କୁ ମଧ୍ୟ ଜେଡ୍ ପ୍ଲସ୍ ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରୁ ଜଣେ ହେଉଛନ୍ତି ଆରଏସଏସ୍ ପ୍ରମୁଖ ମୋହନ ଭାଗବତ ଏବଂ ଅନ୍ୟ ଜଣେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ।’ ଶରଦ ପାୱାର ଆହୁରି ମଧ୍ୟ କହିଛନ୍ତି କି ହୁଏତ ତାଙ୍କ ବିଷୟରେ କିଛି ସୂଚନା ଆଦାୟ କରିବା ପାଇଁ ଏଭଳି କରାଯାଉଛି । ସେ ଘର ଭିତରେ କୌଣସି ପ୍ରକାର ସୁରକ୍ଷାକର୍ମୀଙ୍କୁ ପ୍ରବେଶ ପାଇଁ ଅନୁମତି ଦେବେ ନାହିଁ । ଘର ବାହାରେ ସୁରକ୍ଷାକର୍ମୀ ନିୟୋଜିତ ହେବା ନେଇ ସୁରକ୍ଷା ଏଜେନ୍ସୀ ନିଷ୍ପତ୍ତି ନେବା ସେ କହିଛନ୍ତି ।

Get real time updates directly on you device, subscribe now.