fbpx

ସୋମାଲିଆ ନିକଟରେ ପୁଣି ହାଇଜ୍ୟାକ୍ ହେଲା ଜାହାଜ, ଭାରତୀୟ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆରବ ସାଗରର ସୋମାଲିଆ ତଟ ନିକଟରେ ଏକ ଜାହାଜକୁ ହାଇଜ୍ୟାକ୍ କରାଯାଇଥିବା ସୂଚନା ମିଳିଛି । ହାଇଜ୍ୟାକ୍ ହୋଇଥିବା ଜାହାଜର ନାମ ‘MV Lila Norfolk’ ବୋଲି ଜଣାପଡ଼ିଛି । ଏହି ଜାହାଜରେ ୧୫ ଭାରତୀୟ କ୍ରୁ ମେମ୍ବର ଥିବା ଜଣାପଡ଼ିଛି । ଏହି ଘଟଣାର ସୂଚନା ପାଇବା ମାତ୍ରେ ଭାରତୀୟ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି । ନୌସେନା ଅଧିକାରୀଙ୍କ ସୂଚନାନୁଯାୟୀ MV Lilaର ରେସ୍କ୍ୟୁ ଅପରେସନ ପାଇଁ INS ଚେନ୍ନାଇକୁ ଘଟଣାସ୍ଥଳରେ ପଠାଯାଇଛି । ତେବେ ଏହି ଜାହାଜର ଲୋକେସନ ଟ୍ରାକ୍ କରିବା ସହ କ୍ରୁ ମେମ୍ବରର୍ସଙ୍କ ସହ ନିରନ୍ତର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଉଛି । ଶୀଘ୍ର ସମସ୍ତ ଭାରତୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ନେଇ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.