fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Replace କରିବେ ଶିବମ ଦୁବେ… ଟି-୨୦ ବିଶ୍ୱକପ ପୂର୍ବରୁ ମିଳିଲା ଶୁଭ ସଂକେତ

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ କବଜା କରିସାରିଛି । ୬ ୱିକେଟରେ ଆଫଗାନିସ୍ତାନକୁ ମାତ୍ ଦେଇ ଭାରତ ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଏହି ମ୍ୟାଚରେ ଟିମ ଇଣ୍ଡିଆ ପାଇଛି ଜଣେ ଭବିଷ୍ୟତର ସୁପରଷ୍ଟାର । ୪୦ ବଲରୁ ୬୦ ରନର ଏକ ବିସ୍ଫୋରକ ଇନିଂସ ଖେଳି ଭାରତକୁ ବୃହତ୍ ବିଜୟ ଭେଟି ଦେଇଛନ୍ତି ଶିବମ ଦୁବେ । ତେବେ ଏହି ଇନିଂସ ପରେ ସେ ବର୍ତ୍ତମାନ ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇ ପଡ଼ିଛନ୍ତି । ଆଗାମୀ ଭବିଷ୍ୟତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶବମ୍ ଦୁବେ ରିପ୍ଲେସ କରିବେ ବୋଲି ଆଲୋଚନା ହେଉଛି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୧୫ ବଲ ବାକି ଥାଇ ବିଜୟ ହାସଲ କରିନେଇଛି ଟିମ ଇଣ୍ଡିଆ । ୪୦ ବଲରୁ ୫ଟି ଚୌକା ଏବଂ ୨ଟି ଛକା ସହ ୬୦ ରନର ଇନିଂସ ଖେଳିଛନ୍ତି ଶିବମ୍ ଦୁବେ । ଏହାବ୍ୟତୀତ ୨ ଓଭର ବୋଲିଂ କରି ସେ ଗୋଟିଏ ୱିକେଟ ହାସଲ କରିଛନ୍ତି । ତେବେ ଦଳର ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ପ୍ରମୁଖ ଦାୟିତ୍ୱ ନେଇଛନ୍ତି ଶିବମ୍ ଦୁବେ । ତାଙ୍କର ଏହି ଇନିଂସରେ ସୋସିଆଲ ମିଡିଆ ସମେତ କ୍ରିକେଟ ଏକ୍ସପର୍ଟ ଦୁବେଙ୍କ ଖୁବ ପ୍ରଶଂସା କରିଛନ୍ତି । ତେଣୁ ଆଗାମୀ ଦିନରେ ଶିବମ ଦୁବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପୂରଣ କରିପାରନ୍ତି । ଦମଦାର ବ୍ୟାଟିଂ ସହିତ ମିଡିୟମ୍ ଫାଷ୍ଟ ବୋଲିଂ ପାଇଁ ଜଣେ ଭଲ ବିକଳ୍ପ ଭାବରେ ମଧ୍ୟ ହାର୍ଦ୍ଦିକଙ୍କ ଭଲ ବିକଳ୍ପ ହୋଇପାରନ୍ତି ।

ପ୍ରଥମ ମ୍ୟାଚରେ ୨ ଓଭର ବୋଲିଂ କରି ମାତ୍ର ୯ ରନ୍ ଦେଇ ଗୋଟିଏ ୱିକେଟ ହାସଲ କରିଛନ୍ତି ଶିବମ ଦୁବେ । ତେଣୁ ଟି-୨୦ ବିଶ୍ୱକପ ପୂର୍ବରୁ ଶିବମ ଦୁବେଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି । ତେବେ ହାର୍ଦ୍ଦିକ ଆହତ ସମସ୍ୟାରୁ କମବ୍ୟାକ କରିବା ପରେ ସେ ଦଳରେ ସୁଯୋଗ ପାଇଲେ, ରୋହିତ ଦୁବେଙ୍କୁ ସ୍ଥାନ ଦେବେ କି ନାହିଁ, ସେ ନେଇ ଏକ ବଡ଼ ପ୍ରଶ୍ନ ରହିବ । ବିଶ୍ୱକପ ପୂର୍ବରୁ ଏହା ଟିମ ଇଣ୍ଡିଆର ଶେଷ ଟି-୨୦ ସିରିଜ ହୋଇଥିବାରୁ ଶିବମ ଦୁବେଙ୍କ ପ୍ରଦର୍ଶନ ବିଶ୍ୱକପ ଦଳରେ ତାଙ୍କୁ ସ୍ଥାନ ଦେଇପାରେ ।

Get real time updates directly on you device, subscribe now.