fbpx

ସରକାରଙ୍କ ଉପରେ ବୋଝ ପାଲଟିଲା ବିଦ୍ୟୁତ ସଂକଟ: ଆମଦାନୀ ହୋଇପାରେ ଏତିକି ପରିମାଣର କୋଇଲା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ହେଉଥିବା ଭୀଷଣ ଗରମ ଦେଶ ପାଇଁ ବିଦ୍ୟୁତ ସଂକଟ ସୃଷ୍ଟି କରିଛି । ଏହା ଉପରେ ବିଦ୍ୟୁତ ସଂକଟକୁ ଆହୁରି ବଢାଇ ଦେଉଛି କୋଇଲାର ଅଭାବ । ଫଳରେ ଅନେକ ରାଜ୍ୟରେ ବାରମ୍ବାର ବିଦ୍ୟୁତ କାଟ ସମସ୍ୟା ଦେଖା ଦେଇଛି । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସରକାର କୋଇଲା ଆମଦାନୀ କରିବା ପାଇଁ ଚିନ୍ତା କରୁଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତ ଜୁନ ମାସ ସୁଦ୍ଧା ୧.୯ କୋଟି ଟନ କୋଇଲା ବିଦେଶରୁ ଆମଦାନୀ କରିପାରେ । ଏପ୍ରିଲ ମାସରେ ଅସହ୍ୟ ଗରମ ଭାରତରେ ୬ ବର୍ଷ ଭିତରେ ସବୁଠାରୁ ଖରାପ ବିଦ୍ୟୁତ ସଂକଟ ସୃଷ୍ଟି କରିଛି । ବିଦ୍ୟୁତ ମନ୍ତ୍ରଣାଳୟର କହିବା ଅନୁସାରେ, କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ୟୁଟିଲିଟିଜକୁ ୨୨ ମିଲିୟନ ଟନ କୋଇଲା ଏବଂ ଘରୋଇ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ୧୫.୯୪ ମିଲିୟନ ଟନ ଆମଦାନୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତବର୍ଷ ଏପ୍ରିଲରେ ବିଦ୍ୟୁତ ବ୍ୟବହାର ୧୧୭.୦୮ ବିଲିୟନ ୟୁନିଟ ରହିଥିବା ବେଳେ ଚଳିତ ଏପ୍ରିଲରେ ଏହା ୧୩.୬ପ୍ରତିଶତ ବୃଦ୍ଧି ପାଇ ୧୩୨.୯୮ରେ ପହଞ୍ଚିଛି । ଫଳରେ ଅନେକ ରାଜ୍ୟରେ ବିଦ୍ୟୁତ ଯଥେଷ୍ଟ ପରିମାଣରେ ଯୋଗାଇ ଦିଆଯାଇ ପାରୁନାହିଁ । ଦେଶର ୧୫୦ ପାୱାର ପ୍ଲାଣ୍ଟରୁ ୮୮ଟି ପ୍ଲାଣ୍ଟରେ କୋଇଲାର ଅଭାବ ଦେଖାଯାଇଛି ।

Get real time updates directly on you device, subscribe now.