fbpx

ଉମ୍ରାନ୍ ଙ୍କ ତୋଫାନୀ ୟର୍କର ବଲ୍ ରେ ଉଡ଼ିଲା ଶ୍ରେୟସଙ୍କ ୱିକେଟ୍, ଖୁସିରେ ନାଚିଲେ କୋଚ୍ ଡେଲ୍ ଷ୍ଟେନ୍

ମୁମ୍ବାଇ: ଚଳିତ ସିଜନର ଆଜିର ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହେଉଛି । ମୁମ୍ବାଇର ବାଇବୋର୍ନ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ସନରାଇଜର୍ସ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା। ଉମ୍ରାନ୍ ଏକ ସୁନ୍ଦର ୟର୍କର ବୋଲିଂ କରିଥିଲେ, ଯେଉଁଥିରେ କୋଲକାତା ଅଧିନାୟକ ଶ୍ରେୟାସ୍ ଆୟର କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ ।

ଶ୍ରେୟସ୍ ଆୟର ୱିକେଟ୍ ଆଗରୁ ହଟିି ବଲ୍ କୁ ଖେଳିବାକୁ ଚାହୁଁଥିଲେ । କିନ୍ତୁ ସେ ଉମ୍ରାନଙ୍କ ଦ୍ରୁତଗତିର ବଲ୍ କୁ ବୁଝିବାକୁ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଏପରି ପରିସ୍ଥିତିରେ, ଉମ୍ରାନଙ୍କ କଠିନ ୟର୍କର୍ ଶ୍ରେୟାସଙ୍କ ଷ୍ଟମ୍ପକୁ ଉଡ଼ାଇ ଦେଇଥିଲା । ଶ୍ରେୟାସ ଆୟରଙ୍କ ୱିକେଟ୍ ପରେ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ କୋଚ୍ ଡେଲ୍ ଷ୍ଟେନ୍ ମଧ୍ୟ ନିଜକୁ ରୋକି ପାରି ନଥିଲେ । ମ୍ୟାଚରେ ୨୭ ରନ୍ ବ୍ୟୟ କରି ଉମ୍ରାନ୍ ମଲିକ୍ ଦୁଇ ଖେଳାଳିଙ୍କୁ ଆଉଟ୍ କରିଥିଲେ। ଶ୍ରେୟାସଙ୍କ ବ୍ୟତୀତ ସେ ଶେଲଡନ୍ ଜ୍ୟାକସନଙ୍କ ୱିକେଟ୍ ମଧ୍ୟ ନେଇଥିଲେ।

ଆଇପିଏଲ ନିଲାମ ପୂର୍ବରୁ ଉମ୍ରାନ ମଲିକଙ୍କୁ ସନରାଇଜର୍ସ ହାଇଦ୍ରାବାଦର ୪ କୋଟି ଟଙ୍କା ରଖାଯାଇଥିଲା। ସେ ଟି -୨୦ ବିଶ୍ୱକପ ୨୦୨୧ ରେ ନେଟ୍ ବୋଲର ଭାବରେ ଟିମ୍ ଇଣ୍ଡିଆର ଏକ ଅଂଶ ଭାବରେ ସାମିଲ ହୋଇଥିଲେ । ସେ ଗତ ସିଜନରେ ଆଇପିଏଲରେ ମାତ୍ର ୩ ଟି ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଏହି ସିଜନରେ ଉମ୍ରାନ୍ ମଲିକ୍ ସମସ୍ତ ମ୍ୟାଚ୍ ରେ ଖେଳିବାକୁ ସୁଯୋଗ ପାଇଛନ୍ତି । କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ କାଶ୍ମୀରୀ ବୋଲର ଉମ୍ରାନ ମଲିକ ୭ ଟି ଆଇପିଏଲ ମ୍ୟାଚରେ ୫ ୱିକେଟ୍ ନେଇଥିଲେ।

 

Get real time updates directly on you device, subscribe now.